ସ୍କୁଟିରେ ପ୍ରିୟଙ୍କା ଗାନ୍ଧି, ଗାଡ଼ି ମାଲିକଙ୍କ ନାଁରେ କଟିଲା ଚାଲାଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 29, 2019

ସ୍କୁଟିରେ ପ୍ରିୟଙ୍କା ଗାନ୍ଧି, ଗାଡ଼ି ମାଲିକଙ୍କ ନାଁରେ କଟିଲା ଚାଲାଣ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଜଣେ ସ୍କୁଟି ଚାଳକଙ୍କ ସହ ବସି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଶନିବାର ଯାଉଥିଲେ। ହେଲେ ଏଥିପାଇଁ ସ୍କୁଟି ଚାଳକଙ୍କ ନାଁରେ ଚାଲାଣ କାଟିଛି ଟ୍ରାଫିକ୍ ପୁଲିସ। ଟ୍ରାଫିକ ନିୟମ ଭାଙ୍ଗିଥିବା ଦର୍ଶାଇ ଉତ୍ତର ପ୍ରଦେଶ ଲକ୍ଷ୍ନୌ ଟ୍ରାଫିକ ସ୍କୁଟି ମାଲିକଙ୍କ ନାମରେ ୬,୩୦୦ ଟଙ୍କାର ଚାଲାଣ କାଟିଛି। ଗାଡ଼ି ମାଲିକ ଜଣଙ୍କ ନିଜ ସ୍କୁଟିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ବସାଇ ନେଉଥିଲେ। ଏହି ସମୟରେ ଉଭୟ ହେଲମେଟ୍ ପିନ୍ଧି ନଥିଲେ। ସ୍କୁଟିର ନମ୍ୱର UP୩୨ HB ୮୨୭୦ ରହିଛି। ଏହି ସ୍କୁଟିଟି କଂଗ୍ରେସ ନେତା ଧୀରଜ ଗୁଜ୍ଜରଙ୍କ ନାମରେ ରହିଛି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଜଣେ ପୂବର୍ତନ ଆଇପିଏସ ଅଫିସର ଏବଂ ସାମାଜିକ କର୍ମୀ ଗିରଫ ହୋଇଛନ୍ତି। ଏମାନଙ୍କ ପରିବାରକୁ ଭେଟିବା ପାଇଁ କଂଗ୍ରେସ ମହାସିଚବ ପ୍ରିୟଙ୍କା ଗାନ୍ଧି ଏକ ସ୍କୁଟିରେ ଯାଉଥିଲେ। ଏହି ସମୟରେ ଉଭୟ ସ୍କୁଟି ଚାଳକ ଏବଂ ପ୍ରିୟଙ୍କା ହେଲମେଟ ପିନ୍ଧିନଥିବା ଦେଖିବାକୁ ମିଳିଥିଲା।



from Odisha Reporter https://ift.tt/2MAlIKb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages