ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଆଜି ବଲାଙ୍ଗିର ଗସ୍ତରେ ଆସିବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଛି। । ଖରାପ ପାଗ ପାଇଁ ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି। ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ସତ୍ତ୍ୱେ ଆଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ହେବ ବୋଲି ଜଣାଯାଇଛି । ରାଜ୍ୟପାଳ ଗଣେଶୀ ଲାଲ୍ ଦେଶ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିବେ।
ଉଲ୍ଲେଖଯୋଗ୍ୟ ଯେ, ଆଜି ଉପରାଷ୍ଟ୍ରପତି ବରକାନୀରେ ଥିବା ବିପିସିଏଲ୍ ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବାର କାର୍ଯ୍ୟକ୍ରମ ଥିଲା। ଏହାବ୍ୟତୀତ ସେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବଲିର ଉଦ୍ଘାଟନୀ ସମାରୋହରେ ମଧ୍ୟ ସାମିଲ ହୋଇଥାନ୍ତେ।
ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ୩୦ ପ୍ଳାଟୁନ ପୁଲିସ୍ ଫୋର୍ସକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ।
from Odisha Reporter https://ift.tt/361OhrF
No comments:
Post a Comment