ବାରିପଦା( ମାଣିକଲାଲ୍ ପାଣି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ସୋରର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସହାକାରୀ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ ଘରେ ଆଜି ଭୋରରୁ ଭିଜିଲାନ୍ସ ଚଢ଼ଉ ହୋଇଛି। ଏକା ସଙ୍ଗେ ୭ଟି ଜାଗାରେ ୭ଟି ଟିମ୍ ଚଢ଼ଉ କରିଛନ୍ତି। ତାଙ୍କ ବାରିପଦାର ଶୁନଗଡ଼ିଆରେ ଥିବା ବାସଭବନ, ପୈତୃକ ଗାଁ ବଡ଼ସାହି, ସୋର କାର୍ଯ୍ୟାଳୟ, କଟକ ଓ ଭୁବନେଶ୍ୱରରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ଉ ହୋଇଛି। ତେବେ ବାରିପଦା ଶୁନଗଡ଼ିଆ ସ୍ଥିତ ଘରେ ଚଢ଼ଉ ବେଳେ ଅଜୟ ଅନୁପସ୍ଥିତ ଥିବା ସୂଚନା ମିଳିଛି। ବାଲେଶ୍ୱର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉ କରାଯାଇଛି।
from Odisha Reporter https://ift.tt/2s8Mq5k
No comments:
Post a Comment