କ୍ଷୀର ଅପେକ୍ଷା ବିଅର୍‌ ପିଇବା ଶରୀର ପାଇଁ ଭଲ : ପେଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 9, 2019

କ୍ଷୀର ଅପେକ୍ଷା ବିଅର୍‌ ପିଇବା ଶରୀର ପାଇଁ ଭଲ : ପେଟା

ନୂଆଦିଲ୍ଲୀ : ଆଲ୍‌କୋହଲ୍‌ ବା ନିଶାଦ୍ରବ୍ୟ ଶରୀର ପାଇଁ ହାନିକାରକ ବୋଲି ଆମେ ପ୍ରଥମରୁ ଶୁଣି ଆସୁଛୁ। କିନ୍ତୁ ନିକଟରେ ପେଟା ବା ‘ପିପୁଲ୍‌ ଫର୍‌ ଦି ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍‌’ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ ପ୍ରଦାନ କରିଛି। ପେଟାର ତଥ୍ୟ ଅନୁସାରେ ‘କ୍ଷୀର ଅପେକ୍ଷା ବିଅର୍‌ ସ୍ୱାସ୍ଥ୍ୟ ପାଇଁ ହିତକର।’

କ୍ଷୀର ପିଇଲେ, ଶରୀରର ବିକାଶ ହୋଇଥାଏ ବୋଲି ପିଲାଟିଦିନରୁ ଆମେ ଶୁଣି ବଡ଼ ହୋଇଛେ। ଏପରିକି ଦିନକୁ ଦୁଇ ଗ୍ଲାସ୍‌ କ୍ଷୀର ଶରୀର ପାଇଁ ନିହାତି ଆବଶ୍ୟକ ବୋଲି ଭାରତୀୟମାନେ ବିଶ୍ୱାସ କରିଥା’ନ୍ତି।

ଅଧିକାଂଶ ଲୋକ ଶାକାହାରୀ ହେବାକୁ ପସନ୍ଦ କରୁଥିବାରୁ ସେମାନଙ୍କ ଡାଏଟ୍‌ରେ କ୍ଷୀରକୁ ସାମିଲ କରିବା ଦେଖିବାକୁ ମିଳିଥାଏ।

ତେବେ ପେଟାର ଏକ ଅଫିସିଆଲ୍‌ ଷ୍ଟେଟମେଣ୍ଟରେ କୁହାଯାଇଛି, ‘କ୍ଷୀର ଅପେକ୍ଷା ବିଅର୍‌ ଶରୀର ପାଇଁ ଭଲ। ଗବେଷଣା ଅନୁସାରେ ବିଅର୍‌ ଆପଣଙ୍କ ହାଡ଼କୁ ମଜବୁତ୍‌ କରିଥାଏ ଏବଂ ଆୟୁଷ ବୃଦ୍ଧି କରିଥାଏ। କିନ୍ତୁ କ୍ଷୀର ଶରୀରରେ ମେଦବହୁଳତା, ଡାଇବେଟିସ୍‌, କ୍ୟାନସର୍‌ ପରି ରୋଗକୁ ଜନ୍ମ ଦେଇଥାଏ। ତେଣୁ କ୍ଷୀର ପିଅନ୍ତୁ ନାହିଁ ବୋଲି ପେଟା ଏହି ରିପୋର୍ଟରେ ପ୍ରକାଶ କରିଛି।

ବିଅର୍‌ ଓ କ୍ଷୀରକୁ ନେଇ ଥିବା ଯୁକ୍ତିରେ ଦେଖାଯାଇଛି ଯେ ବିଅର୍‌କୁ ଏକ ମାଦକଦ୍ରବ୍ୟ ଭାବରେ ଗ୍ରହଣ କରାଯାଉଥିଲେ ମଧ୍ୟ ଏଥିରେ ଶରୀର ପାଇଁ ଆବଶ୍ୟକ ଯଅ, ବାଜରା, ଗହମ, ଚାଉଳ ଆଦିରୁ ମିଳୁଥିବା ପୋଷକତତ୍ତ୍ୱ ରହିଛି। ଏହା ସହିତ ଏଥିରେ ୯୦ ପ୍ରତିଶତ ପାଣି, ଫାଇବର୍‌, କ୍ୟାଲସିୟମ୍‌, ଆଇରନ୍‌ ଓ ଅନ୍ୟାନ୍ୟ ପୋଷକତ୍ତ୍ୱ ରହିଛି। ବିଅର୍‌କୁ ଏକ ଆଣ୍ଟି-ଅକ୍ସିଡାଣ୍ଟ ବୋଲି ମଧ୍ୟ କୁହାଯାଇଥାଏ।

ଗୋଟିଏପଟେ ବିଅର୍‌ ହାଡ଼ର ବିକାଶ କରିବା ପାଇଁ ସାହାଯ୍ୟ କରୁଥିବା ବେଳେ ଅନ୍ୟପଟେ କ୍ଷୀର ହୃଦ୍‌ଘାତ, ଆଣ୍ଠୁଗଣ୍ଠି, କୋଲେଷ୍ଟ୍ରଲ୍‌ ବୃଦ୍ଧି ପରି ସମସ୍ୟା ସୃଷ୍ଟି କରିଥାଏ ବୋଲି ପେଟାର ତଥ୍ୟରେ ପ୍ରକାଶ ପାଇଛି। କିନ୍ତୁ ବିଅର ପିଇଲେ ଶରୀରରେ ଭଲ କୋଲେଷ୍ଟ୍ରଲର ବୃଦ୍ଧି ଘଟି ଖରାପ କୋଲେଷ୍ଟ୍ରଲ୍‌ ନଷ୍ଟ ହୋଇଥା’ନ୍ତି ଏବଂ ରକ୍ତ ଜମାଟ ବାନ୍ଧିବାକୁ ଦେଇନଥାଏ।

ଶେଷରେ ପେଟାର ତଥ୍ୟରେ ଆହୁରି ମଧ୍ୟ ପ୍ରକାଶ ପାଇଛି ଯେ ଶରୀରକୁ ଗୁରୁତ୍ୱପୂର୍ଣ୍ଣ ପୋଷକତତ୍ତ୍ୱ ଯୋଗାଉଥିଲେ ମଧ୍ୟ ବିଅର୍‌ରେ ଆଲକୋହଲ୍‌ର ପରିମାଣ ରହୁଛି। ପେଟାର ଏହି ଗବେଷଣା ଯୋଗୁ ଲୋକମାନେ ଅଧିକ ବିଅର୍‌ ପିଇବା ପାଇଁ ଉତ୍ସାହିତ ହୋଇପାରନ୍ତି। ସେଥିପାଇଁ ଆବଶ୍ୟକୀୟ ପରିମାଣର ବିଅର୍‌ ପିଇବା ପାଇଁ ପେଟା ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।



from Odisha Reporter https://ift.tt/344Xgqi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages