‘ମାଛ ଚମ୍‌ଚମ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 8, 2019

‘ମାଛ ଚମ୍‌ଚମ୍‌’

ଆବଶ୍ୟକ ସାମଗ୍ରୀ: ମାଛ, ବେସନ, ଚାଉଳ ଚୂନା, କଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, କଟା କଞ୍ଚାଲଙ୍କା, କଟା ପିଆଜ, ଅଦା-ପିଆଜ-ଶୁଖିଲାଲଙ୍କା ପେଷ୍ଟ, କାଜୁ, ଟମାଟୋ ଓ ଦହି।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଲୁଣ ଓ ହଳଦୀରେ ଗୋଳାଇ ଭାଜି ଦିଅନ୍ତୁ। ଏବେ ଭଜା ମାଛରୁ କଣ୍ଟା କାଢ଼ି ସେଥିରେ ବେସନ, ଚାଉଳ ଚୂନା, କଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ।

ଏବେ କଡ଼େଇରେ ଲ ଗରମ କରି ମସଲା ଗୋଳା ମାଛ ଚକଟାକୁ ଗୋଲ୍ ଗୋଲ୍ କରି ଛାଣି ଦିଅନ୍ତୁ। ଏହା ପରେ ଗରମ ତେଲରେ କଟା ପିଆଜ ଓ କଟା କଞ୍ଚାଲଙ୍କା ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ସେଥିରେ ଅଦା, ପିଆଜ ଓ ଶୁଖିଲାଲଙ୍କା ପେଷ୍ଟ ପକାନ୍ତୁ। ମସଲା କଷି ହୋଇ ଆସିଲେ ସେଥିରେ କାଜୁ, ଟମାଟୋ ଓ ଦହି ବଟା ପକାଇ ଭଲ ଭାବେ କଷନ୍ତୁ। ମସଲା ପ୍ରସ୍ତୁତ ହୋଇଗଲେ ସେଥିରେ ଭଜା ମାଛ ବରାକୁ ପକାନ୍ତୁ। ଦୁଇରୁ ତିନି ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ‘ମାଛ ଚମ୍‌ଚମ୍‌’।



from Odisha Reporter https://ift.tt/2LALm0U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages