ସିଡିଏସ ଭାବରେ ଦାୟିତ୍ୱ ଗ୍ରହଣ କଲେ ବିପିନ ରାଓ୍ୱତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 31, 2019

ସିଡିଏସ ଭାବରେ ଦାୟିତ୍ୱ ଗ୍ରହଣ କଲେ ବିପିନ ରାଓ୍ୱତ

ନୂଆଦିଲ୍ଲୀ: ଇଂରାଜୀ ମାସର ପ୍ରଥମ ଦିନରେ ଦେଶର ଚିଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ବିପିନ ରାଓ୍ୱତ। ଗତକାଲି ସେ ସେନାର ମୁଖ୍ୟ ପଦବୀରୁ ଅବସର ଗ୍ରହଣ କରିଥିଲେ। ବିପିନ ରାଓ୍ୱତ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କୁ ତିନି ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହି ସମୟରେ ସ୍ଥଳ ସେନାର ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ, ବାୟୁସେନାର ମୁଖ୍ୟ ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆ ଏବଂ ନୌସେନାର ମୁଖ୍ୟ ଆଡମିରଲ କରମବୀର ସିଂହ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ସିଡିଏସ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ମେଜର ଜେନେରାଲ ବିପିନ ରାଓ୍ୱତ ୪ଟି ଷ୍ଟାର ଲଗାଇବାର ପ୍ରଥମ ଅଧିକାରୀ ହୋଇଛନ୍ତି। ବିପିନ ରାଓ୍ୱତଙ୍କ ଅଧିନରେ ସ୍ଥଳ ସେନା, ବାୟୁ ସେନା, ନୌସେନା ରହିବ।

ସିଡିଏଙ୍କ ନିର୍ଦ୍ଦେଶକ୍ରମେ ଏବେ ଦେଶର ତିନି ସେନା ଗୋଟିଏ ଟିମ୍ ହୋଇ କାମ କରିବେ ବୋଲି ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ବିପିନ ରାଓ୍ୱତ। ତାଙ୍କ ବିରୋଧରେ ବିରୋଧୀ ରାଜନୀତିକ ମନ୍ତବ୍ୟ ରଖୁଥିବା ନେଇ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ଏହି ଅବସରରେ ଖଣ୍ଡନ କରିଛନ୍ତି। ସେ କୌଣସି ରାଜନୀତିକ ଦଳ ଦ୍ୱାରା ପରିଚାଳିତ ନୁହେଁ। ସରକାରଙ୍କ ନିର୍ଦ୍ଦେଶକ୍ରମେ ସେ ପରିଚାଳିତ ବୋଲି ଜେନେରାଲ ବିପିନି ରାଓ୍ୱତ କହିଛନ୍ତି।

ଜେନେରାଲ ରାୱତ ୧୯୭୮ ମସିହା ଡିସେମ୍ବର ୧୬ରୁ ସେନା ପାଇଁ କାମ କରି ଆସୁଛନ୍ତି। ୬୧ ବର୍ଷୀୟ ସିଡିଏସ ଜେନେରାଲ ରାୱତ ସରକାର ଓ ସେନା ବାହିନୀ ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ଏଥିସହ ସରକାରଙ୍କ ପ୍ରତିରକ୍ଷା ପରାମର୍ଶଦାତା ଭାବେ ମଧ୍ୟ ସେ କାର୍ଯ୍ୟ କରିବେ। ୧୯୯୯ ମସିହା କାରଗିଲ ଯୁଦ୍ଧ ପରେ ସିଡିଏସ ପଦବୀ ତିଆରି ହେବ ବୋଲି ଏକ କମିଟି ଗଠନ ହୋଇଥିଲା। ଏହି କମିଟି ହିଁ ସିଡିଏସ୍ ପଦ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲା। ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁସେନାର ୪ ଷ୍ଟାର ଅଫିସର ହିଁ ସିଡିଏସ ହେବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପୂର୍ବରୁ ୬୨ ବର୍ଷ ବୟସ ଯାଏ ସିଡିଏସ୍‌ ଅଧ୍ୟକ୍ଷ କାର୍ଯ୍ୟ କରିବାର ବ୍ୟବସ୍ଥା ରହିଥିଲା। ହେଲେ ସରକାର ଏହାକୁ ସଂଶୋଧନ କରି ୬୫ ବର୍ଷ ବୟସକୁ ବୃଦ୍ଧି କରିଛନ୍ତି।



from Odisha Reporter https://ift.tt/2Fe6zKc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages