ଭଦ୍ରକ (ପାର୍ଥ ସାରଥୀ ନାୟକ): ଜିରୋ ନାଇଟ୍ ଭୋଜିରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ସତ୍ୟବ୍ରତ ଶିଅଳ।
ଅଭିଯୋଗ ଅନୁଯାୟୀ, ଗତକାଲି ସତ୍ୟବ୍ରତ ଗାଁର ଆଉ କିଛି ଯୁବକଙ୍କ ସହ ଭୋଜି କରିଥିଲେ। ଏହି ସମୟରେ କୌଣସି କାରଣରୁ ଅନ୍ୟ ଯୁବକଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଥିଲା। ଅନ୍ୟ ଯୁବକମାନେ ତାଙ୍କୁ ଲୁହା ରଡ୍ ଓ ବାଡ଼ିରେ ପିଟି ପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ହତ୍ୟା କରିବା ପରେ ସେମାନେ ତାଙ୍କୁ ସ୍ଥାନୀୟ ୟୁକୋ ବ୍ୟାଙ୍କ ବାରଣ୍ଡାରେ ଫୋପାଡ଼ି ପଳାଇଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2MMAYDT
No comments:
Post a Comment