‘ଟଙ୍କା ପାଇଁ ଯାତ୍ରା କରେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 12, 2019

‘ଟଙ୍କା ପାଇଁ ଯାତ୍ରା କରେ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମେ ଆଙ୍କରିଂ ଓ  ତା’ପରେ ସିରିଏଲ୍‌ରେ ଅଭିନୟ। ଛୋଟ ପରଦାରେ ଲୋକପ୍ରିୟତା ହାସଲ କରିବା ପରେ ତାଙ୍କୁ ଦେଖିବାକୁ ମିଳିଲା ଯାତ୍ରା ଷ୍ଟେଜ୍‌ରେ। ବୋଲ୍ଡ ଗେଟ୍‌ଅପ୍‌ ଓ ନେଗେଟିଭ୍‌ ଚରିତ୍ରରେ ଢେର୍‌ ପ୍ରଶଂସା ସାଉଁଟିଛନ୍ତି ଅଭିନେତ୍ରୀ ଛନ୍ଦିତା ପାଢ଼ୀ। ଜଣେ ସ୍ପଷ୍ଟବାଦୀ ମଣିଷ, ଦକ୍ଷ ଅଭିନେତ୍ରୀ ଓ ସୁନ୍ଦର ଉପସ୍ଥାପିକା ଭାବେ ଜଣାଶୁଣା ଛନ୍ଦିତା କହନ୍ତି ଯେ ସେ ଟଙ୍କା ପାଇଁ ଯାତ୍ରାରେ ଅଭିନୟ କରନ୍ତି। ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ସିକ୍ରେଟ୍‌ ଷ୍ଟୋରିଜ୍‌ ଅଫ୍‌ ସେଲେବ୍ରେଟି’ରେ ଥରେ ଯୋଗଦେଇ ସେ ଏ କଥା କହିଥିଲେ।

ଏଥିରେ ଛନ୍ଦିତା କହିଥିଲେ ଯେ ପ୍ରଥମେ ଯେତେବେଳେ ସେ ବିଭିନ୍ନ ପ୍ରୋଗାମ୍‌ରେ ଆଙ୍କରିଂ କରୁଥିଲେ ସେତେବେଳେ ଅଭିନୟ କରିବା କଥା ଭାବି ନଥିଲେ। ସାର୍ଥକ ଚ୍ୟାନେଲ୍‌ରେ ଆଙ୍କରିଂ କରୁଥିବା ସମୟରେ ତାଙ୍କୁ ‘ତୋ ଅଗଣାର ତୁଳସୀ ମୁଁ’ ସିରିଏଲ୍‌ରେ ଅଭିନୟ କରିବା ପାଇଁ ଅଫର୍ ମିଳିଥିଲା। ସେଥିରେ ତାଙ୍କ ଚରିତ୍ରର ନାଁ ଥିଲା ‘ଲିସା’। ଏହା ଏକ ନେଗେଟିଭ୍ ଚରିତ୍ର ଥିଲା। ଏହି ଚରିତ୍ର ମାଧ୍ୟମରେ ସେ ଦର୍ଶକଙ୍କର ଭରପୂର ମନୋରଞ୍ଜନ କରିଥିଲେ। ଏହି ସିରିଏଲ୍‌ରେ ତାଙ୍କ ଅଭିନୟ ଦେଖି କଛି ଯାତ୍ରା ଗ୍ରୁପ୍‌ ତାଙ୍କୁ ଅଫର୍ ଦେଇଥିଲେ। ତେବେ ସେତେବେଳେ ସମୟ ଅଭାବରୁ ସେ ଯାତ୍ରା କରି ପାରୁ ନ ଥିଲେ। ଏହି ସିରିଏଲ୍ ସରିବା ପରେ ସମୟ ମିଳିବାରୁ ସେ ଯାତ୍ରାରେ ଅଭିନୟ ଆରମ୍ଭ କରିଥିଲେ।

ସ୍ପଷ୍ଟବାଦୀ ଛନ୍ଦିତା ଏଥିରେ କହିଥିଲେ ଯେ ଯାତ୍ରାରୁ ଅଧିକ ଟଙ୍କା ମିଳେ। ସେଥିପାଇଁ ସେ ଯାତ୍ରାରେ କାମ କରିବାକୁ ରାଜି ହୋଇଯାଇଥିଲେ। କିଛି କଳାକାର ଅଛନ୍ତି ଯେଉଁମାନେ ସିରିଏଲ୍‌ ସହ ଯାତ୍ରାରେ କାମ କରନ୍ତି। ସେମାନେ ଅଭିନୟ ବିଷୟରେ ଅଧିକ ଶିଖିବା ପାଇଁ ଯାତ୍ରା କରନ୍ତି ବୋଲି କହନ୍ତି। କିନ୍ତୁ ସେ ସେମିତି ଡିପ୍ଲୋମାଟିକ୍‌ ଉତ୍ତର ଦେବେ ନାହିଁ ବୋଲି କହିଥିଲେ।

ସେ ଆହୁରି କହିଥିଲେ, “ମୋତେ ଯାତ୍ରାରେ ଅଧିକ ପରିଶ୍ରମ କରିବାକୁ ହୁଏ। ରାତି ରାତି ଅନିଦ୍ରା ହୋଇ କାମ କରିବାକୁ ପଡ଼େ। ଯେଉଁଠି ଅଧିକ ପରିଶ୍ରମ କରିବାକୁ ପଡ଼ୁଛି ସେଠାରୁ ଅଧିକ ଟଙ୍କା ମିଳୁଛି। ଏଥିରେ ଭୁଲ୍‌ କିଛି ନାହିଁ।”

‘ଯାତ୍ରା’ର ଅନୁଭୂତି ଶେଆର କରି ଛନ୍ଦିତା କହିଥିଲେ, “ଯାତ୍ରା ଷ୍ଟେଜ୍‌କୁ ଗଲା ପରେ ଜଣେ କଳାକାରକୁ ନାନା କଥା ଶୁଣିବାକୁ ପଡ଼େ। ମୁଁ ମଧ୍ୟ ଅନେକ କଥା ଶୁଣିଛି। ପ୍ରଥମେ ପ୍ରଥମେ ଯେତେବେଳେ ଯାତ୍ରା କରୁଥିଲି ସେତେବେଳେ ଲୋକମାନଙ୍କ ନକାରାତ୍ମକ କଥାରେ ସହଜରେ ପ୍ରଭାବିତ ହୋଇ ଯାଉଥିଲି। କିନ୍ତୁ ଏବେ ମୁଁ ସେସବୁ ଶୁଣୁନାହିଁ। ବାସ୍‌ ମୋ କାମରେ ମତଲବ୍‌ ରଖୁଛି।”

ସୂଚନାଯୋଗ୍ୟ, ଛନ୍ଦିତା ‘ତୋ ଅଗଣାର ତୁଳସୀ ମୁଁ’, ‘ତାରା ତାରିଣୀ’ ଓ ‘ଦୁର୍ଗା’ ଆଦି ସିରିଏଲ୍‌ରେ କାମ କରିଛନ୍ତି।



from Odisha Reporter https://ift.tt/35lqa6I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages