ରାହୁଲଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା, ବିରୋଧୀ ଚୁପ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 12, 2019

ରାହୁଲଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା, ବିରୋଧୀ ଚୁପ୍

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ସଂସଦରେ ଜୋରଦାର ହଙ୍ଗମା ହୋଇଛି। ସ୍ଥିତି ଅଣାୟତ ହେବାରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ୧୨ଟା ଯାଏ ସଂସଦକୁ ମୁଲତବୀ କରିଥିଲେ। ଆଜି ସଂସଦ ଆରମ୍ଭ ମାତ୍ରେ ଶାସକ ଦଳର ମହିଳା ସାଂସଦ ମାନେ ରାହୁଲ ଗାନ୍ଧି ନିକଟରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବେଳେ ଦେଇଥିବା ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ଉଦ୍ଧୃତ କରିଥିଲେ। ଲୋକସଭା ବ୍ୟତୀତ ରାଜ୍ୟସଭାରେ ମଧ୍ୟ ରାହୁଲଙ୍କ ଏହି ମନ୍ତବ୍ୟକୁ ବିରୋଧ କରିଛି ଶାସକ ଦଳ। ଆଜି ଶୀତକାଳୀନ ଅଧିବେଶନର ଅନ୍ତିମ ଦିନ ହୋଇଥିବା ବେଳେ ବିରୋଧୀଙ୍କୁ ଆଜି ଶାସକ ଦଳ ଘେରିଥିବା ଦେଖିବାକୁ ମିଳିଛି।

ରାହୁଲଙ୍କ ଏଭଳି ନିନ୍ଦନୀୟ। ଦେଶର ଇତିହାସରେ ପ୍ରଥମ ଥର ପାଇଁ ଜଣେ ନେତା ଦେଶର ମହିଳାଙ୍କୁ ଦୁଷ୍କର୍ମ କରିବା ପାଇଁ ଆହ୍ୱାନ କରିଛନ୍ତି ବୋଲି ଆମେଠି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ। ଏହାକୁ ସମର୍ଥନ କରି ଶାସକ ଦଳର ମହିଳା ସାଂସଦ ମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ। ଏମିତିକି ଏଭଳି ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧିଙ୍କୁ ଦଣ୍ଡିତ କରାଯାଉ ବୋଲି ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଦାବି କରିଥିଲେ ଶାସକ ଦଳର ମହିଳା ସାଂସଦମାନେ। ତେବେ ଏହି ସମୟରେ ବିରୋଧୀ ଦଳର ମହିଳା ସାଂସଦ ମାନେ ନିରବ ରହି ନିଜ ନିଜ ଆସନରେ ବସିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ନିକଟରେ ରାହୁଲ ଗାନ୍ଧି ଝାଡ଼ଖଣଣ୍ଡର ସନ୍ଥାଲପରଗନାରେ ନିର୍ବାଚନୀ ପ୍ରଚାର କରୁଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସେ ଜୋରଦାର ବର୍ଷିଥିଲେ। ଦେଶରେ ଦୁଷ୍କର୍ମ ମାମଲା ବଢ଼ୁଛି। ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ଯାଇ ରାହୁଲ କହିଥିଲେ ମୋଦୀ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ ଏବଂ ରେପ୍ ଇନ୍ ଇଣ୍ଡିଆ’ରେ ପରିଣତ ହୋଇଛି। ଦେଶ ଏବେ ଦୁଷ୍କର୍ମର ରାଜଧାନୀ ପାଲଟିଛି।



from Odisha Reporter https://ift.tt/2RY4dHl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages