ଏଥର ବିଗ୍‌ ବସ୍‌ ଘରୁ ବାହାରିବେ ଏହି ପ୍ରତିଯୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 6, 2019

ଏଥର ବିଗ୍‌ ବସ୍‌ ଘରୁ ବାହାରିବେ ଏହି ପ୍ରତିଯୋଗୀ

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଶୋ’ରେ ଏବେ ହାଇଭୋଲ୍ଟେଜ୍‌ ଡ୍ରାମା ଓ କଳି ଝଗଡ଼ା ଚାଲିଥିବାବେଳେ ଘରର ଏକ କୋଣରେ ଆରମ୍ଭ ହୋଇଛି ରୋମାନ୍ସ। ଅସୀମ ଓ ହିମାଂଶୀଙ୍କ ଭିତରେ ଧୀରେ ଧୀରେ ଆରମ୍ଭ ହୋଇଛି ଲଭ୍‌। ହିମାଂଶୀଙ୍କ ପାଇଁ ଦିୱାନା ହୋଇଯାଇଛନ୍ତି ଅସୀମ। ଏମାନଙ୍କ ଯୋଡ଼ିକୁ ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି। କିନ୍ତୁ ଆଗକୁ ଏମିତି କିଛି ହେବାକୁ ଯାଉଛି ଯାହା ପରେ ଅସୀମଙ୍କ ହୃଦୟ ଭାଙ୍ଗିଯିବ।

ସୂଚନା ଅନୁଯାୟୀ,  ଏଥର ‘ୱିକେଣ୍ଡ କା ବାର୍‌’ ଏପିସୋଡ୍‌ରେ ବିବି-ହାଉସ୍‌ରୁ ହିମାଂଶୀ ଖୁରାନା ବାହାରିଯିବେ। ଅର୍ଥାତ୍ ଏହି ସପ୍ତାହରେ ତାଙ୍କର ବିଗ୍‌ ବସ୍‌ର ଯାତ୍ରା ଶେଷ ହୋଇଯିବ। ଏହି ସପ୍ତାହରେ କ୍ୟାପଟେନ୍‌ ଥିବା ସିଦ୍ଧାର୍ଥ ଶୁକ୍ଲା ନିଜ ପାୱାର୍‌ ବ୍ୟବହାର କରି ରଶ୍ମି ଦେଶାଇ, ପାରସ ଛାବ୍ରା, ହିମାଂଶୀ ଖୁରାନା, ଶେଫାଲି ଜରିୱାଲା ଓ ଅସୀମ ରିଆଜଙ୍କୁ ଏଲିମିନେଶନ୍‌ ପାଇଁ ନୋମିନେଟ୍‌ କରିଥିଲେ। ତେବେ ସମସ୍ତ ନୋମିନେଟ୍ ସଦସ୍ୟଙ୍କ ଭିତରୁ ହିମାଂଶୀଙ୍କୁ ଦର୍ଶକଙ୍କର ସବଠୁ କମ୍‌ ଭୋଟ୍‌ ମିଳିଥିବାରୁ ତାଙ୍କୁ ଘରୁ ଏଲିମିନେଟ୍‌ ହେବାକୁ ପଡ଼ିବ। ତେବେ ‘ୱିକେଣ୍ଡ କା ବାର୍‌’ରେ ବିଗ୍‌ ବସ୍‌ ଘରୁ ହିମାଂଶୀଙ୍କୁ ବାହାର କରୁଛନ୍ତି କି ନାହିଁ, ତାହା  ଆଜିର ଏପିସୋଡ୍‌ ଦେଖିଲେ ହିଁ ଜଣାପଡ଼ିବ। କିନ୍ତୁ ଯଦି ଏହା ସତ ହୁଏ, ତା’ହେଲେ ଅସୀମ୍‌ଙ୍କୁ ବଡ଼ ଝଟକା ଲାଗିପାରେ।

ଅନ୍ୟପଟେ ‘ୱିକେଣ୍ଡ କା ବାର୍‌’ ପୂର୍ବରୁ ଏହି ସପ୍ତାହରେ ପାରସ୍‌ ତାଙ୍କ ଆଙ୍ଗୁଳିରେ ଲାଗିଥିବା ଆଘାତ ଯୋଗୁ ଘରୁ ବାହାରିଯାଇଛନ୍ତି। କୁହାଯାଉଛି ଯେ ସେ ଚିକିତ୍ସା ପରେ ପୁଣି ଫେରିଆସିବେ। କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

 



from Odisha Reporter https://ift.tt/350DGwn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages