ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଦୁଷ୍କର୍ମ ଓ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା। ଏହି ସବୁ ମାମଲାର ଶୀଘ୍ର ବିଚାର କରି ନ୍ୟାୟ ଦେବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ଦେଶରେ ୧୦୨୩ଟି ଫାଷ୍ଟ୍ର ଟ୍ରାକ କୋର୍ଟ ସ୍ଥାପନ ହେବ ବୋଲି ଶୁକ୍ରବାର କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଶୁକ୍ରବାର ସଂସଦରେ କହିଛନ୍ତି।
ସେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି, ଏହି ଯୋଜନା ଅନୁଯାୟୀ ୭୬୭.୨୫ କୋଟି ଟଙ୍କା ଖର୍ଚ୍ଚ ହେବ। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଏହି କୋର୍ଟ ପ୍ରତିଷ୍ଠା ହେବ। କେନ୍ଦ୍ର ସରକାର ଏଥିପାଇଁ ୪୭୪ କୋଟି ଟଙ୍କା ଖର୍ଚ୍ଚ କରିବେ।
from Odisha Reporter https://ift.tt/2OWGnK2
No comments:
Post a Comment