ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତଦିନେ ଗାଜର ଖାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥା’ନ୍ତି। ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ କେ, ଭିଟାମିନ୍ ବି-୮, ପୋଟାସିୟମ୍, ଏସିଡ୍, ଫୋଲେଟ୍, ଆଇରନ୍, ମାଙ୍ଗାନିଜ୍ ପରି ଅନେକ ଭିଟାମିନ୍ ଓ ମିନେରାଲ୍ସ ରହିଛି। ଏପରିକି ଗାଜରରେ ପ୍ରଚୁର ମାତ୍ରାରେ ଫାଇବର୍ ଓ ବିଟା-କେରାଟିନ୍ ମଧ୍ୟ ରହିଛି। ଆସନ୍ତୁ ଜାଣିବା ଶୀତଦିନେ ଗାଜର ଖାଇଲେ କେଉଁସବୁ ସ୍ୱାସ୍ଥ୍ୟ ଉପକାରୀ ଲାଭ ମିଳିଥାଏ।
୧. ଗାଜରରେ ଥିବା ପୋଟାସିୟମ୍ ରକ୍ତ ବାହିକା ଓ ଧମନୀକୁ ସଫା ରଖି ରକ୍ତ ସଞ୍ଚାଳନକୁ ଠିକ୍ ରଖିଥାଏ। ଯାହାଦ୍ୱାରା ହୃଦୟ ସୁସ୍ଥ ରହିଥାଏ।
୨. ଗାଜରରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ୍-ଏ ସୂର୍ଯ୍ୟଙ୍କର ହାନିକାରକ ଅଲଟ୍ରାଭାଓଲେଟ୍ କିରଣରୁ ତ୍ୱଚାକୁ ରକ୍ଷା କରିଥାଏ।
୩. ଗାଜର ଖାଇଲେ ପାଟିରେ ସାଲାଇଭା ବା ଲାଳ ଉତ୍ପାଦନ ବୃଦ୍ଧି ହୋଇଥାଏ ଏବଂ ଏଥିରେ ଥିବା କ୍ଷାର ଅଂଶ ମୁହଁକୁ ଏସିଡ୍ ପ୍ରଭାବରୁ ରକ୍ଷା କରିଥାଏ।
୪. ଗାଜରରେ ଅଧିକ ପରିମାଣରେ ଭିଟାମିନ୍-ଏ ଥିବାରୁ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଲିଭର୍ରେ ଜମା ହେଉଥିବା ପିତ୍ତକୁ କମ୍ କରିଥାଏ।
୫. ହାଭାର୍ଡ ବିଶ୍ୱବିଦ୍ୟାଳୟରେ ହୋଇଥିବା ରିସର୍ଚ୍ଚ ଅନୁସାରେ ଯେଉଁ ଲୋକ ପ୍ରତିଦିନ ଗାଜର ଖାଇଥା’ନ୍ତି, ସେମାନଙ୍କ କ୍ଷେତ୍ରରେ ହାର୍ଟ ଷ୍ଟ୍ରୋକ୍ର ଆଶଙ୍କା ୬୮ ପ୍ରତିଶତ କମ୍ ରହିଥାଏ।
୬. ଗାଜରରେ ଥିବା ବିଟା-କେରାଟିନ୍ ଆଖିକୁ ମୋତିଆବିନ୍ଦୁଠାରୁ ରକ୍ଷା କରିଥାଏ। ଆହୁରି ମଧ୍ୟ ଗାଜରରେ ଲ୍ୟୁଟିନ୍ ଓ ଜେକ୍ସାଥିନ୍ ତତ୍ତ୍ୱ ରହିଛି, ଯାହା ଆଖିକୁ ସୁସ୍ଥ ରଖିଥାଏ।
୭. ଏହା ସହିତ ଗାଜରରେ ଥିବା ଫାଇବର୍ ଆପଣଙ୍କ ପାଚନ ତନ୍ତ୍ରକୁ ମଜବୁତ୍ କରିଥାଏ।
from Odisha Reporter https://ift.tt/2S434xD
No comments:
Post a Comment