ହାଇଦ୍ରାବାଦ ଗଣଦୁଷ୍କର୍ମର ଦୁଇ ଅଭିଯୁକ୍ତ ପୂର୍ବରୁ ୯ ଥର ଘଟାଇଛନ୍ତି ସମାନ ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 17, 2019

ହାଇଦ୍ରାବାଦ ଗଣଦୁଷ୍କର୍ମର ଦୁଇ ଅଭିଯୁକ୍ତ ପୂର୍ବରୁ ୯ ଥର ଘଟାଇଛନ୍ତି ସମାନ ଘଟଣା

ହାଇଦ୍ରାବାଦ: ହାଇଦ୍ରାବାଦ ଶାମସାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ପୋଡ଼ି ମାରିଦେବା ମାମଲାର ଦୁଇ ଅଭିଯୁକ୍ତ ସମାନ ଘଟଣା ୯ ଜଣ ମହିଳାଙ୍କ ସହ କରିଛନ୍ତି। ଡାକ୍ତର ଦିଶା ମାମଲାରେ ୧୪ ଦିନିଆ ବିଚାର ବିଭାଗୀୟ ତଦନ୍ତର ସାମ୍ନା କରିବା ବେଳେ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ ତଦନ୍ତ ଅଧିକାରୀଙ୍କ ପାଖରେ ଏହା କହିଥିଲେ। । ଅର୍ଥାତ୍ ଡାକ୍ତର ଦିଶାଙ୍କ ସହ ଯେଉଁ ଘଟଣା ଘଟିଥିଲା ୪ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କ ପାଇଁ ଏହା ନୂଆ ନଥିଲା। ପୂର୍ବରୁ ଏଭଳି କୁତ୍ସିତ କାରନାମା କରିବାରେ ସେମାନେ ଅଭ୍ୟସ୍ତ ଥିଲେ। ଏହି ଦୁଷ୍କର୍ମ ଓ ପୋଡ଼ି ମାରିଦେବା ଘଟଣାର ତଦନ୍ତ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ସାଇବରାବାଦ ପୁଲିସ ଏବେ ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ତଦନ୍ତ ଚଳାଇଛି। ଏବେ ପୁଲିସ କର୍ଣ୍ଣାଟକରେ ତଦନ୍ତ କରୁଛି। କାରଣ ଦୁଇ ଅଭିଯୁକ୍ତ ପୂର୍ବରୁ ଏଭଳି ଜଘନ୍ୟ ଅପରାଧ କରିଥିବାର କିଛି ମାମଲା କର୍ଣ୍ଣାଟକ ସହ ଲିଙ୍କ ରହିଛି।

ସୂଚନାଯୋଗ୍ୟ, ପୁଲିସ ଡିସେମ୍ୱର ୬ରେ ୪ ଅଭିଯୁକ୍ତ ଚେନ୍ନାକେଶଭୁଲୁ, ମହମ୍ମଦ ଆରିଫ୍, ଜେ ନବୀନ ଓ ଜେ ଶିବାଙ୍କୁ ଘଟଣାସ୍ଥଳକୁ ରିକ୍ରିଏସନ ପାଇଁ ଭୋର ୩ଟାରେ ଆଣିଥିଲା। ଏହି ସମୟରେ ଅଭିଯୁକ୍ତମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ। ପୁଲିସ ଅଧିକାରୀଙ୍କ ବନ୍ଧୁକ ଛଡ଼ାଇ ନେଇ ପୁଲିସ ଉପରକୁ ଗୁଳି କରିଥିଲେ। ଏହାପରେ ପୁଲିସ ଏନ୍‌କାଉଣ୍ଟର କରିଥିଲା ବୋଲି ସାଇବରାବାଦ ପୁଲିସ କମିଶନର ଭିସି ସଜ୍ଜନର କହିଥିଲେ।

ତଦନ୍ତ ଅଧିକାରୀଙ୍କ ସୂଚନା ମୁତାବକ ଅଭିଯୁକ୍ତ ଆରିଫ୍‌ ୬ ଜଣ ମହିଳାଙ୍କ ସହ ଦୁଷ୍କର୍ମ କରି ସେମାନଙ୍କୁ ଜାଳି ଦେଇଥିବା ବେଳେ ଚେନ୍ନାକେଶଭୁଲୁ ୩ ଜଣ ମହିଳାଙ୍କ ସହ ଦୁଷ୍କର୍ମ କରି ସେମାନଙ୍କୁ ଜାଳି ଦେଇଥିଲା। ଯାହାକି ମହିଳା ପଶୁ ଡାକ୍ତର ଦିଶାଙ୍କ (ଛଦ୍ନନାମ) ସହ ହୋଇଥିଲା। ଅଭିଯୁକ୍ତମାନେ ଏହିସବୁ ଘଟଣା ତେଲେଙ୍ଗାନାର ସଙ୍ଗା ରେଡ୍ଡୀ, ରଙ୍ଗା ରେଡ୍ଡୀ ଓ ମେହବୁବ୍‌ନଗର ଜାତୀୟ ରାଜପଥ ଓ ତେଲେଙ୍ଗନା କର୍ଣ୍ଣାଟକ ସୀମାବର୍ତ୍ତୀ ଅଞ୍ଚଳରେ କରିଥିଲେ।



from Odisha Reporter https://ift.tt/2Ew89qx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages