ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ସେ କହିଛନ୍ତି,“ ଭାରତୀୟ ନାଗରିକଙ୍କ ଉପରେ CAAର କିଛି ପ୍ରଭାବ ପଡ଼ିବନି। CAA କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ। ଆମେ NRCକୁ ସମର୍ଥନ କରୁନାହୁଁ। NRCକୁ ନେଇ ବିଜେଡି ଲୋକସଭା ଓ ରାଜ୍ୟସଭାରେ ତାର ଅଭିମୁଖ୍ୟ ସ୍ପଷ୍ଟ କରିଛି। ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ। ଶାନ୍ତି ବଜାୟ ରଖନ୍ତୁ।”
ସୂଚନା ଯୋଗ୍ୟ, ନାଗରିକତା ସଂଶୋଧନ ବିଲ୍ ଆଇନରେ ପରିଣତ ହେବାପରେ ଏହାକୁ ନେଇ ବିରୋଧ ଆରମ୍ଭ ହୋଇଛି। ବିଶେଷ କରି ଆସାମ, ପଶ୍ଚିମବଙ୍ଗ ଏବଂ ଦେଶର ଅନ୍ୟ ପ୍ରାନ୍ତରେ ଜଳାପୋଡ଼ା ଦେଖାଦେଇଛି।
from Odisha Reporter https://ift.tt/34Ai09o
No comments:
Post a Comment