ନୂଆ ବର୍ଷରେ ଥରିବ ଓଡ଼ିଶା; କାଲିଠୁ ଘନ କୁହୁଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 26, 2019

ନୂଆ ବର୍ଷରେ ଥରିବ ଓଡ଼ିଶା; କାଲିଠୁ ଘନ କୁହୁଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଉପରେ ଥିବା ଟ୍ରପ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟର ବହୁତ ସ୍ଥାନରେ ବର୍ଷା ହୋଇ ଯାଇଛି। ବାରିପଦାରେ ୧୬.୮, ଝାରସୁଗୁଡ଼ାରେ ୦.୬ ଓ ଫୁଲବାଣୀରେ ୧୫.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ ଭୁବନେଶ୍ୱର ସମେତ କିଛି ସ୍ଥାନରେ ଅଳ୍ପ ପରିମାଣର ବର୍ଷା ହୋଇଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଗୌରାଙ୍ଗ ଚରଣ ବେହେରା କହିଛନ୍ତି।

ସେ କହିଛନ୍ତି,“ ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା। ହେଲେ ଅନ୍ୟ ସ୍ଥାନମାନଙ୍କରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବର୍ଷା ହେବାର କୌଣସି ଆଶଙ୍କା ନାହିଁ।  ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଭବାନୀପାଟଣା ଓ ପାରାଦୀପରେ ଘନ କୁହୁଡ଼ି ହୋଇଛି। ତା’ ସହିତ ଆସନ୍ତାକାଲି ଆହୁରି କିଛି ଜିଲ୍ଲାରେ ଘନ କୁହୁଡ଼ି ହେବାର ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି-ଅନୁଗୋଳ, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ରାୟଗଡ଼ା ଓ ଗଜପତି।”

ସେ ଆହୁରି କହିଛନ୍ତି,“ ଆଜି ରାତି ସୁଦ୍ଧା ଆକାଶରୁ ବାଦଲ ହଟିଗଲେ ଆସନ୍ତାକାଲି ସକାଳେ ମେଘମୁକ୍ତ ଆକାଶ ରହିବ। ଫଳରେ ଆସନ୍ତାକାଲିଠାରୁ ଶୀତ ପରିମାଣ ବଢ଼ିବ। ଆଉ ୧ ତାରିଖ ବେଳକୁ ଅଧିକ ଥଣ୍ଡା ଅନୁଭୂତ ହୋଇପାରେ। ତାପମାତ୍ରା ୧୦ ଡିଗ୍ରୀ ପାଖାପାଖି ଆସିଯିବ ବୋଲି ଅନୁମାନ କରୁଛୁ। ଜାନୁଆରୀ  ପ୍ରଥମ ସପ୍ତାହ ଯାଏ ଶୀତର ପରିମାଣ ଅଧିକା ରହିବ। ତା’ପରେ ଶୀତର ପରିମାଣ କ୍ରମଶଃ କମିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପରିମାଣ ଅଧିକା ରହିବ। ହେଲେ ଉପକୂଳ ଅଞ୍ଚଳରେ ଆଭ୍ୟନ୍ତରୀଣ ଅଞ୍ଚଳଠାରୁ ଟିକେ ଅଧିକ ଶୀତ ହେବ।”



from Odisha Reporter https://ift.tt/2t4JfvN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages