ଲକ୍ଷ୍ନୌ: ଦିନକୁ ଦିନ ମହିଳା ବିରୋଧୀ ହିଂସା ବଢ଼ୁଥିବାରୁ ଏହାକୁ ରୋକିବା ଏବଂ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଉତ୍ତର ପ୍ରଦେଶ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି। ଏବେ ରାତିରେ ଏକାକୀ ଘରକୁ ବା ନିଜର ଗନ୍ତବ୍ୟ ସ୍ଥଳରୁ ଯାଉଥିବା ମହିଳାଙ୍କୁ ପୁଲିସ୍ ଏସକର୍ଟ ଯୋଗାଇ ଦେବ।
ରାତି ୧୦ରୁ ସକାଳ ୬ଟା ଯାଏ ମହିଳାମାନେ ପୁଲିସ୍ ରେସପଣ୍ଡ ଭେଇକିଲ(ପିଆରଭି) ଦ୍ୱାରା ଏସକର୍ଟ ହୋଇ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ ବୋଲି ଯୋଗୀ ସରକାର ନିୟମ ପ୍ରଣୟନ କରିଛନ୍ତି। ଯେମିତି ଭିଆଇପି ମାନଙ୍କୁ ପୁଲିସ୍ ଏବେ ଏସକର୍ଟ ଯୋଗାଇ ଦେଉଛି ଠିକ୍ ସେହିପରି ମହିଳାମାନେ ଚାହିଁଲେ ସେମାନଙ୍କୁ ପିଆରଭି ପକ୍ଷରୁ ଏସକର୍ଟ ଯୋଗାଇ ଦିଆଯିବ।
ରାତି ୧୦ରୁ ସକାଳ ୬ଟା ମଧ୍ୟରେ ମହିଳାମାନେ ୧୧୨ ନଂକୁ ଫୋନ କରି ଏସକର୍ଟ ପାଇଁ କହିପାରିବେ। ୧୧୨ ହେଉଛି ୟୁପି ପୁଲିସର ଜରୁରୀ କାଳୀନ ନମ୍ବର। ଏ ସଂକ୍ରାନ୍ତରେ ଡିଜିପି ଓପି ସିଂହ ଏକ ବିଜ୍ଞପ୍ତି ଜାରି କରିଛନ୍ତି।
ଶ୍ରୀ ସିଂହ କହିଛନ୍ତି, “ରାତି ବେଳା ମହିଳାଙ୍କୁ ଅଧିକ ସୁରକ୍ଷା ଯୋଗାଇ ଦେବାକୁ ଏଭଳି ବ୍ୟବସ୍ଥା କରାଯାଇଛି। ଏକାକୀ ଥିବା ମହିଳମାନେ ଏସକର୍ଟ ପାଇଁ ଫୋନ କରିପାରିବେ। ଏହି ଏସକର୍ଟ ଟିମ୍ରେ ୨ ଜଣ ମହିଳା ପୁଲିସ ଅଧିକାରୀ ରହିବେ। ପିଆରଭି ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ସବୁ ଜିଲ୍ଲାର ପୁଲିସ ମୁଖ୍ୟଙ୍କୁ କୁହାଯାଇଛି। ”
from Odisha Reporter https://ift.tt/36mZZfY
No comments:
Post a Comment