ନୂଆଦିଲ୍ଲୀ : ପବ୍ଲିକ୍ ମୋବାଇଲ ଫୋନ୍ ଚାର୍ଜିଂ ପଏଣ୍ଟରୁ ବ୍ୟକ୍ତିଗତ ତଥ୍ୟ ଚୋରି ହେଉଛି। ଫୋନ୍ ଚାର୍ଜ କରିବା ପରେ ସେଥିରୁ ଅନେକ ଗୁପ୍ତ ତଥ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି।
ରିପୋର୍ଟ ଅନୁସାରେ ଦିଲ୍ଲୀରେ ଜଣେ ଯୁବକ ମୋବାଇଲ ଫୋନ୍ ଚାର୍ଜ କରିବା ପରେ ତାଙ୍କ ବ୍ୟାଙ୍କ ଖାତାରୁ ୫୦ ହଜାର ଟଙ୍କା ଉଠାଯାଇଥିଲା। ସେହିପରି ଅନ୍ୟ ଜଣେ ଯୁବତୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଆପତ୍ତିଜନକ ପୋଷ୍ଟ କରାଯାଇଛି। ଏହାକୁ ନେଇ ଉଭୟ ଯୁବକ ଓ ଯୁବତୀ ଦିଲ୍ଲୀ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।
ଏଭଳି ଅଭିଯୋଗକୁ ଆଧାର କରି ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି। ପବ୍ଲିକ୍ ଚାର୍ଜିଂ ପଏଣ୍ଟରେ ମୋବାଇଲ ଫୋନ୍ ଚାର୍ଜ କରିବା ପରେ ଏହାକୁ ହ୍ୟାକ୍ କରି ସମସ୍ତ ଗୁପ୍ତ ତଥ୍ୟ ଚୋରି ହେଉଥିବା ପୁଲିସ ସନ୍ଦେହ କରିଛି। ଦିଲ୍ଲୀ ପୁଲିସର ଆଣ୍ଟି ସାଇବରକ୍ରାଇମ୍ ସେଲ୍ ଏହି ଦୁଇ ମାମଲାର ତଦନ୍ତ କରୁଛି।
ମୁଖ୍ୟତଃ ଏୟାରପୋର୍ଟ, ରେଲୱେ ଷ୍ଟେସନ ଏବଂ ଜନଗହଳି ପୂର୍ଣ୍ଣ ବଜାରଗୁଡିକରେ ଏହି ଚାର୍ଜିଂ ପଏଣ୍ଟ ଗୁଡିକ ରହିଛି। ଏହା ଉପରେ କାହାର ନଜର ରହୁନଥିବାରୁ ଏଥିରେ ଇଲେକ୍ଟ୍ରୋନିକ୍ ଚିପ୍ ଲଗାଇ ଫୋନକୁ ହ୍ୟାକ୍ କରାଯାଉଛି। ହ୍ୟାକରମାନେ ଫୋନରୁ ମେସେଜ, ଫଟୋ, ଭିଡିଓ, ଇ-ମେଲ, ଲୋକେସନ, ନୋଟ୍, କଣ୍ଟାକ୍ଟ ଏବଂ ଅନ୍ୟ ସବୁ ତଥ୍ୟ ହାସଲ ନେଉଛନ୍ତି।
ଏହା ସହ ପ୍ରତି ୫ ସେକେଣ୍ଡରେ ଫୋନର ଗୋଟିଏ ସ୍କ୍ରିନସଟ୍ ମଧ୍ୟ ନେଇ ନେଇପାରୁଛନ୍ତି। ଏଥିପାଇଁ ଏହି ସବୁ ପବ୍ଲିକ୍ ଚାର୍ଜିଂ ପଏଣ୍ଟରେ ଚାର୍ଜ କରିବା ବଦଳରେ ନିଜେ ଚାର୍ଜର୍ ଆଣି ଚାର୍ଜ କରିବାକୁ ଦିଲ୍ଲୀ ପୁଲିସ ପରାମର୍ଶ ଦେଇଛି। ଫୋନ୍ ହ୍ୟାକ୍ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବାରୁ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ମଧ୍ୟ ଏକ ଭିଡିଓ ଜାରି କରି ଗ୍ରାହକଙ୍କୁ ସତର୍କ କରାଯାଇଛି।
from Odisha Reporter https://ift.tt/2P4HU0w
No comments:
Post a Comment