ଆଜି ଶୁକ୍ରବାର, ସାଇକେଲ ଧରିଲେ କର୍ମଚାରୀଙ୍କଠୁ ଆରମ୍ଭ କରି ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 12, 2019

ଆଜି ଶୁକ୍ରବାର, ସାଇକେଲ ଧରିଲେ କର୍ମଚାରୀଙ୍କଠୁ ଆରମ୍ଭ କରି ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶ ପରେ ଆଜି ସାଇକେଲରେ ଅଫିସ ଆସିଛନ୍ତି କର୍ମଚାରୀଙ୍କଠୁ ଆରମ୍ଭ କରି ଅଧିକାରୀ।  କିଛି କର୍ମଚାରୀ ଚାଲି ଚାଲି ମଧ୍ୟ ଆସିଛନ୍ତି ।ପରିବେଶ ପ୍ରଦୂଷଣ ରୋକିବାକୁ ସପ୍ତାହର ପ୍ରତି ଶୁକ୍ରବାର ସମସ୍ତ କର୍ମଚାରୀ ସାଇକେଲ କିମ୍ବା ଚାଲି ଚାଲି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ କମିଶନର । 

ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ନିଜ ନିଜର କର୍ମଚାରୀଙ୍କୁ ସାଇକେଲ ଚଢ଼ି ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ  ପ୍ରତି ଶୁକ୍ରବାର ଏଭଳି କରିବାକୁ ତିନି ସଂସ୍ଥା ନିଜ ନିଜର କର୍ମଚାରୀଙ୍କ ପାଇଁ ବିଜ୍ଞପ୍ତି ଜାରି କରିଥିଲେ । ଶୁକ୍ରବାର ଦିନ ଅଫିସ୍‌କୁ କୌଣସି ମୋଟର ଚାଳିତ ଗାଡି ନନେଇ ଆସିବାକୁ କର୍ମଚାରୀଙ୍କୁ କୁହାଯାଇଥିଲା ।

ଏହି ନିର୍ଦ୍ଦେଶ ଅନୁସାରେ କର୍ମଚାରୀମାନେ ଆଜି ସାଇକେଲରେ ଅଫିସ ଆସିଥିଲେ । ଯେଉଁ କର୍ମଚାରୀ ସାଇକେଲ ଆଣିନଥିଲେ ସେମାନେ ଚାଲିଚାଲି ଆସିଥିଲେ । ପରିବେଶ ପ୍ରଦୂଷଣ ରୋକିବା ସହ ଭୁବନେଶ୍ୱର ସହରକୁ ସଫାସୁତୁରା ରଖିବା ଲାଗି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଆଜି ପ୍ରାୟ ହଜାରେ ବାଇକ୍ ସହ ଅଫିସର ବ୍ୟବହାର କରୁଥିବା ୨୦୦ କାର୍ ମଧ୍ୟ ବନ୍ଦ ରହିଛି।



from Odisha Reporter https://ift.tt/38zoOr0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages