ବିଜେଡି ନେତାଙ୍କ ନାଁରେ ଚାଲାଣ କାଟିବାକୁ ଡରୁଛି ପୁଲିସ୍! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 30, 2019

ବିଜେଡି ନେତାଙ୍କ ନାଁରେ ଚାଲାଣ କାଟିବାକୁ ଡରୁଛି ପୁଲିସ୍!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିନା ହେଲମେଟରେ ବାଇକ ରାଲି କରିଥିବା ବିଜେଡି ନେତାଙ୍କ ନାଁରେ ଚାଲାଣ କଟାଯିବ କହି କମିଶନରେଟ ପୁଲିସ ଏବେ ବସି ପଡ଼ିଛି। ଡିସେମ୍ବର ୨୬ ତାରିଖରେ ବିଜେଡି ନେତାମାନେ ହେଲ୍‌ମେଟ୍‌ ନପିନ୍ଧି ବାଇକ୍‌ ରାଲି କଲେ। ଡିସେମ୍ବର ୨୮ ତାରିଖରେ କମିଶନରେଟ୍‌ ପୁଲିସ କହିଲା କାର୍ଯ୍ୟାନୁଷ୍ଠାନ ହେବ। ହେଲେ ଡିସେମ୍ବର ୩୦ ତାରିଖ ଯାଏଁ ସେପରି କିଛି ହୋଇନି।

ନିକଟରେ ଓଲିଉଡର ଚକଲେଟ ବୟ ବାବୁସାନ ହେଲମେଟ ନପିନ୍ଧି ବାଇକ ଚଳାଉଥିଲେ। ସୋଶାଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଟ୍ରାଫିକ ପୁଲିସ କାନରେ କଥା ବାଜିଥିଲା। ଆଉ ସାଙ୍ଗେସାଙ୍ଗେ ବାବୁସାନଙ୍କ ନାମରେ ହଜାରେ ଟଙ୍କାର ଟ୍ରାଫିକ ଚାଲାଣ କାଟି କମିଶନରେଟ ପୁଲିସ କେତେ ଦାୟିତ୍ୱବାନ ଓ ନିରପେକ୍ଷ ତାହାର ପ୍ରମାଣ ଦେଇଥିଲା। ଖାଲି ବାବୁସାନ ନୁହଁ ସାଧାରଣ ଲୋକଙ୍କ କ୍ଷେତ୍ରରେ କମିଶନରେଟ ପୁୁଲିସ ସମାନ ନୀତି ଅବଲମ୍ୱନ କରିଥାଏ। ହେଲେ ବିଜେଡି ନେତା ବିନା ହେଲମେଟରେ ରାଲି କରୁଥିବାର ଫଟୋ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା ବେଳେ କମିଶନରେଟ ପୁଲିସ କେଉଁ କାରଣ ପାଇଁ ଚାଲାଣ କାଟିବାରେ ବିଳମ୍ୱ କରୁଛି?

ସେହିପରି ଟ୍ରାଫିକ ନିୟମ ଭାଙ୍ଗିଥିବା ଦର୍ଶାଇ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଟ୍ରାଫିକ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ବସିଥିବା ସ୍କୁଟି ମାଲିକ ନାମରେ ଚାଲାଣ କାଟିଛି। ଶନିବାର ଦିନ ଉଭୟ ସ୍କୁଟି ମାଲିକ ଓ ପ୍ରିୟଙ୍କା ହେଲେମେଟ ନପିନ୍ଧି ଯାଉଥିଲେ। ଟ୍ରାଫିକ ଆଇନ ନିୟମ ଅନୁଯାୟୀ ସହଯାତ୍ରୀ ହେଲମେଟ ପିନ୍ଧିବା ବାଧ୍ୟ। ହେଲେ ଉଭୟ ଗାଡ଼ି ଚାଳକ ଏବଂ ପ୍ରିୟଙ୍କା ହେଲେମେଟ ପିନ୍ଧିନଥିବାରୁ ୬,୩୦୦ ଟଙ୍କାର ଚାଲାଣ କାଟିଛି ଟ୍ରାଫିକ। ସ୍କୁଟିର ନମ୍ୱର UP୩୨ HB ୮୨୭୦ ରହିଛି। ଏହି ସ୍କୁଟିଟି କଂଗ୍ରେସ ନେତା ଧୀରଜ ଗୁଜ୍ଜରଙ୍କ ନାମରେ ରହିଛି।

ବିଜେଡି ନେତା ବିନା ହେଲମେଟରେ ରାଲି କରୁଥିବାର ଖବର ପ୍ରଥମେ ଓଡ଼ିଶା ରିପୋର୍ଟରରେ ଖବର ପ୍ରକାଶ ପାଇଥିଲା। ଆଉ ସୋଶାଲ ମିଡିଆରେ ଏ ନେଇ କମିଶନରେଟ ପୁଲିସର କାର୍ଯ୍ୟଦକ୍ଷତା ଏବଂ ମୁଖିଆଙ୍କ କ୍ଷମତା ଉପରେ ପ୍ରଶ୍ନ ଉଠିବା ପରେ ୨୮ ତାରିଖ ଦିନ କମିଶନରେଟ ପୁଲିସ ଏହି ପ୍ରସଙ୍ଗରେ ଏକ ଟୁଇଟ୍ କରିଥିଲା। ତଦନ୍ତ ସହ ସିସିଟିଭି ଯାଞ୍ଚ କରାଯିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲା। ହେଲେ ଶାସକ ଦଳର ନେତାଙ୍କ ନାମ ଲେଖିନଥିଲା କମିଶନରେଟ ପୁଲିସ। ସାରା ଭାରତରେ ରାଜନୈତିକ ରାଲିଗୁଡ଼ିକରେ ଏପରି ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଭବିଷ୍ୟତରେ ଏଭଳି ଘଟଣାକୁ ସାମ୍ନା କରିବାକୁ ଉପାୟ କାଢୁଛି ବୋଲି ଟ୍ୱିଟ୍‌ରେ କମିଶନରେଟ୍ ପୋଲିସ୍ ଦର୍ଶାଇଥିଲା।

ଭୁବନେଶ୍ୱରରେ ସାଧାରଣତଃ ଗହଳି ରହିଥାଏ। ଯଦି ଏହି ଗହଳି ମଧ୍ୟରେ ଯେଉଁମାନେ ଟ୍ରାଫିକ୍ ଆଇନ ଉଲ୍ଲଂଘନ କରିଛନ୍ତି ସେମାନଙ୍କ ପାଖକୁ ଅଟୋମେଟିକ ଏକ ଚାଲାଣ ଯାଉଛି। ଯଦି ଭିଡ଼ ଭିତରେ ଟ୍ରାଫିକ ଉଲ୍ଲଂଘନକାରୀକୁ ଟ୍ରାଫିକ୍ ପୁଲିସ ଚାଲାଣ ପଠାଇ ପାରୁଛି ତାହେଲେ ବିଜେଡି ନେତା ସାମୂହିକ ରାଲି କଲେ ମଧ୍ୟ ଚାଲାଣ କାଟିବାରେ କାହିଁକି ପଛଘୁଞ୍ଚା ଦେଉଛି ପୁଲିସ? ବିଜେଡି ବାଇକ ରାଲିର ପଛ ସିଟରେ ମଧ୍ୟ ବସିଥିବା ଦଳୀୟ ନେତା ଓ ସମର୍ଥକ ମାନେ ହେଲମେଟ ପିନ୍ଧିନଥିଲେ। ତେଣୁ ଟ୍ରାଫିକ ପୁଲିସ ଏଠି ସହଯାତ୍ରୀ ହେଲମେଟ ପିନ୍ଧିନଥିବା ଦର୍ଶାଇ ଚାଲାଣ କାଟିବ ତ?

ସୋଶାଲ ମିଡିଆରେ ମଧ୍ୟ ଏ ନେଇ ଅନେକ ମତ ପ୍ରକାଶ ପାଇଛି, ଯେଉଁଥିରେ ପୁଲିସ କେବଳ କହିଛି କାର୍ଯ୍ୟାନୁଷ୍ଠାନ ନେବ ବୋଲି। ହେଲେ ନେବ କହି ଭୁଲିଯିବ ଲୋକମାନେ ମଧ୍ୟ ଭୁଲିଯିବେ ବୋଲି ମତ ପ୍ରକାଶ ପାଇଛି। ସେହିପରି ଅନ୍ୟ ଜଣେ ଲେଖିଛନ୍ତି ଆଗ ବିଜେଡି ନେତାଙ୍କ ବିରୋଧରେ ପୁଲିସ ଚାଲାଣ କାଟୁ ତା’ପରେ ଆମେ ଚାଲାଣ କାଟିବୁ।

ଗତ ୨୬ ତାରିଖ ଦିନ  ବିଜେଡିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ବିନା ହେଲମେଟ୍‌ରେ ଶତାଧିକ ଗାଡ଼ି ମିଶି ରାଲି କରିଥିଲେ। ତେଣୁ ଏବେ ପୁଲିସ ଏହି ଶତାଧିକ ଗାଡ଼ି ଚାଳକଙ୍କ ପାଖରୁ ହଜାରେ ଟଙ୍କା ଲେଖାଏଁ ଚାଲାଣ କାଟିବ ତ? ନା କେବଳ ଜବାବ ତଲବ କରି ଛାଡ଼ିଦେବ।

ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଏହାକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ହେଲେ ଏହାକୁ ଖାତିର ନକରି ବିଜେଡି କର୍ମୀଙ୍କ ଏଭଳି ରାଲିକୁ ନେଇ ଏବେ ବିଭିନ୍ନ ମହଲରୁ ଆପତ୍ତି ଉଠିଛି। ଶାସକ ଦଳର ନେତା ମାନେ ନିଜେ ଆଇନକୁ ଖାତିର କରୁନଥିବାରୁ ଏବେ ଶାସକ ଦଳ ମଧ୍ୟ ନିଜ ଆଡ଼ୁ ଏହି ଭୁଲ ବାବଦରେ ସ୍ପଷ୍ଟୀକରଣ ରଖିବାକୁ ଦାବି ହୋଇଛି।

ସୂଚନାଯୋଗ୍ୟ, ଟ୍ରାଫିକ୍ ଆଇନ ଉଲ୍ଲଂଘନ କରି ନିଜେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଚାଲାଣ କାଟି ସାରିଛନ୍ତି।



from Odisha Reporter https://ift.tt/2swueTB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages