ଇଣ୍ଡିଆନ୍‌ ଆଇଡଲ୍‌ ପ୍ରତିଯୋଗୀଙ୍କୁ ୨ ଲକ୍ଷ ଟଙ୍କା ଦେଲେ ନେହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 31, 2019

ଇଣ୍ଡିଆନ୍‌ ଆଇଡଲ୍‌ ପ୍ରତିଯୋଗୀଙ୍କୁ ୨ ଲକ୍ଷ ଟଙ୍କା ଦେଲେ ନେହା

ମୁମ୍ବାଇ: ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌୧୧’ରେ ଜଜ୍‌ ସିଟ୍‌ରେ ବସିଥିବା ଗାୟିକା ନେହା କକ୍କର ଅନେକ ସମୟରେ ବିଭିନ୍ନ କଥାରେ ଭାବବିହ୍ୱଳ ହୋଇଯା’ନ୍ତି। ଶୋ’ର ଏହି ସିଜିନ୍‌ ସହିତ ପୂର୍ବ ସିଜିନ୍‌ ସେ ଅନେକ ଥର ଭାବବିହ୍ୱଳ ହେବା ଦର୍ଶକ ଦେଖିଛନ୍ତି। ଶୋ’ର ଚଳିତ ସିଜିନ୍‌ରେ ଜଣେ ପ୍ରତିଯୋଗୀ କହିଥିଲେ ଯେ ସେ ପାଞ୍ଚ-ଛଅ ବର୍ଷ ହେଲାଣି ଟଙ୍କା ନଥିବାରୁ ଦୀପାବଳିରେ ଘରକୁ ଯାଇ ନାହାନ୍ତି। ଏହା ଶୁଣିବା ପରେ ନେହା ତାଙ୍କୁ ୧ ଲକ୍ଷ ଟଙ୍କା ଦେଇ ଘରକୁ ପଠାଇଥିଲେ। ସେଥିପାଇଁ ସେ ସମସ୍ତଙ୍କ ମନ ଜିଣି ପାରିଥିଲେ। ଏବେ ପୁଣିଥରେ ନେହା ଏମିତି କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି।

ଶୋ’ର ଶୁଟିଂ ଚାଲିଥିବା ସମୟରେ ନେହା ଜଣେ ପ୍ରତିଯୋଗୀଙ୍କ କଥା ଶୁଣି ଏତେ ଭାବୁକ ହୋଇଯାଇଥିଲେ ଯେ ତାଙ୍କୁ ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ। ଶୋ’ର ପ୍ରତିଯୋଗୀ ସନି ହିନ୍ଦୁସ୍ତାନୀ ସଙ୍ଗୀତ ନିର୍ଦ୍ଦେଶକ ରୋଶନ୍‌ ଅଲ୍ଲୀଙ୍କ ସହ କାମ କରୁଥିଲେ। ତେବେ କିଛି ଦିନ ପରେ ଖରାପ ସ୍ୱାସ୍ଥ୍ୟ ଯୋଗୁ ତାଙ୍କୁ ଟିମ୍‌ରୁ ବାହାରିବାକୁ ପଡ଼ିଥିଲା। ଆଉ ତା’ପରଠୁ ସେ ସଂଘର୍ଷ କରୁଛନ୍ତି। ରୋଶନଙ୍କ ଏଭଳି କିଛି ଦୁଃଖଭରା କାହାଣୀ ଶୁଣିବା ପରେ ନେହା ଆଉ ନିଜକୁ ରୋକି ପାରି ନଥିଲେ। ସେ ସନିଙ୍କୁ ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ।

ଏହାପରେ ଶୋ’ର ଅନ୍ୟତମ ଜଜ୍‌ ହିମେଶ ରେଶମିୟା ସନିଙ୍କୁ ବହୁତ ପ୍ରଶଂସା କରିଥିଲେ। ସେ କହିଥିଲେ, ‘ତୁମେ ସବୁ ରିଆଲିଟି ଶୋ’ର ପ୍ରତିଯୋଗୀମାନଙ୍କ ପାଇଁ ଉଦାହରଣ। ଯଦିଓ ତୁମେ କୌଣସି ପ୍ରଶିକ୍ଷଣ ନେଇନାହଁ ତଥାପି ଜଣେ ପେସାଦାର ଗାୟକ ଭଳି ଗାଉଛ। ଆଉ ସେଥିପାଇଁ ତୁମେ ପ୍ରଶଂସା ପାଇବାକୁ ହକ୍‌ଦାର୍‌।”  କେବଳ ଏତିକି ନୁହେଁ, ହିମେଶ ଷ୍ଟେଜ୍‌କୁ ଯାଇ ତାଙ୍କର ଅଟୋଗ୍ରାଫ୍‌ ମଧ୍ୟ ନେଇଥିଲେ। ଏହି ଶୋ’ ନେହା ଓ ହିମେଶଙ୍କ ସହ ବିଶାଲ୍‌ ଦଦ୍‌ଲାନୀ ମଧ୍ୟ ଜଜ୍‌ ସିଟ୍‌ରେ ଅଛନ୍ତି।

 



from Odisha Reporter https://ift.tt/2MLQ7Fp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages