ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲିସ୍ ହାତରୁ ଖସିଗଲା କୁଖ୍ୟାତ ଡ୍ରଗ୍ସ ମାଫିଆ ମୁନ୍ନା ଖାଁ ଓରଫ ମିର୍ ରାହତ ଅଲ୍ଲୀ ଖାଁ। ଆଜି ସକାଳେ କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ଓ ବାଲେଶ୍ୱର ପୁଲିସ୍ ମିଳିତ ଭାବେ ଜଳେଶ୍ୱରର ଶାସନବାଡ଼ ଗାଁ ସ୍ଥିତ ମୁନ୍ନାର ଘର ଉପରେ ଚଢ଼ଉ କରିଥିଲା। ହେଲେ ଏହି ସମୟରେ ଚତୁରତାର ସହ ମୁନ୍ନା ଖସିଯାଇଥିଲା। ତେବେ ତା’ ମାଆଙ୍କୁ ଗିରଫ କରାଯାଇଛି।
ଏଥିସହ ମୁନ୍ନା ଘରୁ ୩୧୦ ଗ୍ରାମ ବ୍ରାଉନ୍ସୁଗର୍ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ଟଙ୍କାର ହେବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ, ମୁନ୍ନା ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାରେ ଡ୍ରଗ୍ସ ସିଣ୍ଡିକେଟ୍ ଚଳାଇ ଆସୁଛି। ବାଂଲାଦେଶରୁ ବ୍ରାଉନ୍ସୁଗର୍ ଆଣି ସେ ଅନ୍ୟ ବ୍ୟବସାୟୀଙ୍କୁ ଯୋଗାଇଥାଏ। ତା’ ନାଁରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ୪୦ରୁ ଅଧିକ ମାମଲା ରହିଛି।
from Odisha Reporter https://ift.tt/35aQdh3
No comments:
Post a Comment