‘ବାହା ହେବା ପରେ ସୁଧୁରି ଯାଇଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 16, 2019

‘ବାହା ହେବା ପରେ ସୁଧୁରି ଯାଇଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମୁଁ ବହୁତ ଅଳସୁଆ ଥିଲି। କାମଦାମ କମ୍‌ କରୁଥିଲି। ବ୍ୟାୟାମ କଥା ନ କହିଲେ ଭଲ। କିନ୍ତୁ ବାହାଘର ପରେ ସୁଧୁରି ଯାଇଛି। ମୋ ସ୍ତ୍ରୀ ବ୍ୟାୟାମ କରିବାକୁ ବାଧ୍ୟ କରୁଛନ୍ତି। ମତେ ଜିମ୍ ଯିବାକୁ ଭଲ ଲେଗିନି। କିନ୍ତୁ ସେ ମୋତେ ବାଧ୍ୟ କରେ। ଆଜି ଯେଉଁ ଫିଜିକ୍‌ ମେଣ୍ଟେନ୍‌ କରୁଛି, ତା’ ପଛରେ ତାଙ୍କର ହାତ ଅଛି। ଆଉ ମୋ ଦର୍ଶକ ମାନଙ୍କ ଭଲ ପାଇବା ବି ରହିଛି।” ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋଦିଲ୍‌ ଦୋସ୍ତି ମ୍ୟୁଜିକ୍‌ର ଏକ ଏପିସୋଡ୍‌ରେ ଯୋଗଦେଇ ଏକଥା କହିଥିଲେ ବାବୁସାନ୍‌।

ସେ ଆହୁରି କହିଥିଲେ, “ମୋ ଫଟୋ ଏବଂ ଫିଜିକ୍‌ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି। ବଡି ବନେଇବା ପ୍ରତି ମୋର ଆଗ୍ରହ ନଥିଲା। କିନ୍ତୁ ଏବେ ଲାଗିଲା ମୋତେ କିଛି ଭିନ୍ନ କରିବାର ଆବଶ୍ୟକ ଅଛି। ତେଣୁ ମୁଁ ପ୍ରତ୍ୟେକ ଦିନ ଜିମ୍ ଗଲି ଏବଂ ଶରୀରକୁ ନୂଆ ଶେପ୍‌ ଦେଲି।”    

ବାବୁସାନ୍‌ କହିଥିଲେ ଯେ ଦର୍ଶକଙ୍କ ପାଇଁ ତାଙ୍କ ଘରର ଚୁଲି ଜଳୁଛି। ତେଣୁ ସେମାନଙ୍କ ମନେରଞ୍ଜନ ପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ।

ସୂଚନାଯୋଗ୍ୟ,  ଏଥର ଦଶହରାରେ ତାଙ୍କ ଫିଲ୍ମ ‘ମିଷ୍ଟର ମଜ୍‌ନୁ’ ରିଲିଜ୍ ହୋଇଥିଲା। ଆଉ ଏଥିରେ ହିଁ ପ୍ରଥମ ଥର ପାଇଁ ବାବୁସାନ୍‌ଙ୍କୁ ପୂରା ନୂଆ ଲୁକ୍‌ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହିତ ତିନି ଜଣ ଅଭିନେତ୍ରୀ ଦିବ୍ୟା, ସୂର୍ଯ୍ୟମୟୀ ଓ ଶୀତଲ ଅଭିନୟ କରିଛନ୍ତି।    

                                                                                  



from Odisha Reporter https://ift.tt/2PYuGls

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages