ବିଡିଓ କରିବେ ବଗିଚା କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 16, 2019

ବିଡିଓ କରିବେ ବଗିଚା କାମ

ଭଦ୍ରକ (ପାର୍ଥସାରଥୀ ନାୟକ): ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଜଣେ ବିଡିଓଙ୍କୁ ମହଙ୍ଗା ପଡ଼ିଛି। ଆଉ ଏହି ଭୁଲ୍‌ର ଦଣ୍ଡ ସ୍ୱରୂପ ତାଙ୍କୁ ବଗିଚା କାମ କରିବାକୁ ପଡ଼ିବ। ଭଦ୍ରକ ଜିଲ୍ଲା ତିହିଡି ବିଡିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କୁ କୋର୍ଟ ଏହି ଦଣ୍ଡ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସେ ବିଡିଓ ଭାବେ ଅଫିସ୍ କାର୍ଯ୍ୟ କରିବା ସହିତ ବଗିଚାର ସୁପରଭାଇଜର୍‌ ଭାବେ ମଧ୍ୟ କାମ କରିବେ। ନିଜ ପସନ୍ଦ ମୁତାବକ ଜିଲ୍ଲାରେ ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ଯେକୌଣସି ବଗିଚାରେ ସେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସୁପରଭାଇଜର୍ ଭାବେ କାମ କରିବେ। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ପାଳିନ କରିବେ ବୋଲି ବିଡିଓ କହିଛନ୍ତି।

ପୂରା ଘଟଣାଟି ଏହିପରି। ‘ଆମ ଗାଁ ଆମ ବିକାଶ’ ଯୋଜନାରେ ତିହିଡ଼ି ଅଞ୍ଚଳର ଫତେପୁର ଗାଁ ନିମନ୍ତେ ଆସିଥିବା ବିଭିନ୍ନ ପ୍ରକଳ୍ପକୁ ଅନ୍ୟ ଗାଁକୁ ସ୍ଥାନାନ୍ତରଣ ଓ ଗୋଟିଏ ପ୍ରକଳ୍ପର ଅର୍ଥକୁ ଅନ୍ୟ ପ୍ରକଳ୍ପରେ ବିନିଯୋଗ କରିଥିବା ନେଇ ବିଡିଓ ଶ୍ରୀ ଦେଓଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏ ନେଇ ଫତେପୁର ଗ୍ରାମବାସୀ ବହୁବାର ବିଭିନ୍ନ ଫୋରମରେ ଅଭିଯୋଗ କରିବା ସତ୍ତ୍ୱେ କିଛି ସୁଫଳ ମିଳି ନଥିଲା। ପରିଶେଷରେ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟ ସେମାନଙ୍କ ଆବେଦନକୁ ଗ୍ରହଣ କରି ବିଭିନ୍ନ ପ୍ରକଳ୍ପର ବିଲ୍ ବନ୍ଦ କରିବା ସହିତ ବ୍ୟକ୍ତିଗତ ଭାବେ ହାଜର ହୋଇ ଉତ୍ତର ରଖିବା ଲାଗି ବିଡିଓ ଶ୍ରୀ ଦେଓଙ୍କୁ ନୋଟିସ୍‌ ଜାରି କରିଥିଲେ। ମାତ୍ର ମାମଲା ଚାଲୁ ରହିଥିବା ବେଳେ ପୁଣି ଥରେ ବିଡିଓ ଏକ ପ୍ରକଳ୍ପର ସମ୍ପୂର୍ଣ୍ଣ ବିଲ୍ କରିଥିବା ଅଭିଯୋଗକାରୀଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ଡିସେମ୍ବର ୨ ତାରିଖରେ ହାଇକୋର୍ଟଙ୍କ ପକ୍ଷରୁ ଅଦାଲତ ଅବମାନନା କରାଯାଇଥିବା ନେଇ ବିଡିଓଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। ଏହାପରେ ଡିସେମ୍ବର ୧୦ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ବିଡିଓ ସେଦିନ କୋର୍ଟରେ ହାଜର ନହୋଇ ୧୧ ତାରିଖରେ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରିବା ସହିତ ଆଫିଡେଭିଟ୍ ଦାଖଲ କରିଥିଲେ। ତେବେ ହାଇକୋର୍ଟ ତାଙ୍କୁ କ୍ଷମା ନ ଦେଇ ବଗିଚା କାମ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।



from Odisha Reporter https://ift.tt/35DUk5D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages