ଶାନ୍ତି ରକ୍ଷା ପାଇଁ ଟ୍ୱିଟ୍‌ କଲେ ପ୍ରଧାନମନ୍ତ୍ରୀ; କଡ଼ା ପ୍ରତିକ୍ରିୟା ଦେଲେ ଅନୁରାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 16, 2019

ଶାନ୍ତି ରକ୍ଷା ପାଇଁ ଟ୍ୱିଟ୍‌ କଲେ ପ୍ରଧାନମନ୍ତ୍ରୀ; କଡ଼ା ପ୍ରତିକ୍ରିୟା ଦେଲେ ଅନୁରାଗ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ପାଖାପାଖି ୩ ମାସ ପରେ ପୁଣି ଥରେ ଟ୍ୱିଟର୍‌କୁ ଫେରିଛନ୍ତି। ବର୍ତ୍ତମାନ ଚାଲିଥିବା ଜାମିଆ ମିଲିଆ ୟୁନିଭର୍ସିଟି ବିବାଦକୁ ନେଇ ସେ ଲଗାତାର ଟ୍ୱିଟ୍‌ କରିବାରେ ଲାଗିଛନ୍ତି। ତାଙ୍କ ପ୍ରଥମ ଟ୍ୱିଟ୍‌ରେ ସେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି ଲେଖିଥିଲେ, “କଥା ବହୁତ ଆଗକୁ ବଢ଼ିଗଲାଣି। ମୁଁ ଆଉ ଏବେ ଚୁପ୍ ରହିପାରିବି ନାହିଁ। ଏ ସରକାର ଏବେ ସମ୍ପୂର୍ଣ୍ଣଭାବେ ଫାଶିବାଦୀ ହୋଇଗଲାଣି। ମୋତେ ବହୁତ ରାଗ ଲାଗୁଛି ଯେ ଯେଉଁ ଲୋକଙ୍କ ସ୍ୱର ପରିବର୍ତ୍ତନ ଆଣିପାରିବ ସେମାନେ ଚୁପ୍‌ ଅଛନ୍ତି।”


ଏହା ସହିତ ଅନୁରାଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଟ୍ୱିଟ୍‌କୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହି ଟ୍ୱିଟ୍‌ରେ ପ୍ରଧାନମନ୍ତ୍ରୀ ଦେଶରେ ଶାନ୍ତି ରକ୍ଷା କରିବାକୁ ଅପିଲ୍‌ କରିଥିଲେ। ସେ ଲେଖିଥିଲେ, “ଏହା ଶାନ୍ତି, ଏକତା ଓ ଭାଇଚାରା ରକ୍ଷା କରିବାର ସମୟ। ମିଛ ଓ ଗୁଜବ ଠାରୁ ଦୂରେଇ ରହିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।”


ତେବେ ପ୍ରଧାନମନ୍ତ୍ରୀଙ୍କର ଏହି ଟ୍ୱିଟ୍‌ ଉପରେ କଡ଼ା ପ୍ରତିକ୍ରିୟା ରଖି ଅନୁରାଗ ଲେଖିଛନ୍ତି, “ଦୟାକରି ଏହି କଥା ଆପଣ ବିଜେପି ଆଇଟି ସେଲ୍‌କୁ ବି କୁହନ୍ତୁ, ଯେଉଁମାନେ ଛାତ୍ରମାନେ ହିଂସ୍ର ହେବାର ଅପପ୍ରଚାର କରୁଛନ୍ତି ଓ ସେମାନଙ୍କ ଉପରେ ହିଂସ୍ର ଭାବେ ହେଉଥିବା ଆକ୍ରମଣ ପାଇଁ ବ୍ୟବସ୍ଥାର ବାହାନା ଦେଖାଉଛନ୍ତି। ଧନ୍ୟବାଦ୍‌ ନରେନ୍ଦ୍ର ମୋଦି।” ଅନୁରାଗଙ୍କର ଏହି ଟ୍ୱିଟ୍‌ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ତାଙ୍କର ଏହି ଟ୍ୱିଟ୍‌କୁ ବାରମ୍ବାର ପଢ଼ାଯାଉଛି। ଅନେକ ଲୋକ ଏଥିରେ ନିଜର ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି।


ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ଦେଶର ଅନେକ ସ୍ଥାନରେ ବିରୋଧ କରାଯାଉଛି। ଏପରିକି ଏହି ବିରୋଧ ପ୍ରଦର୍ଶନ ହିଂସାର ରୂପ ବି ନେଇଛି। ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ଜାମିଆ ମିଲିଆ ୟୁନିଭର୍ସିଟିର ଛାତ୍ରଙ୍କ ଉପରେ ପୁଲିସ୍‌ର ଲାଠିମାଡ଼କୁ ଏବେ ଦେଶର ପ୍ରାୟ ଅଧିକାଂଶ ବିଶ୍ୱବିଦ୍ୟାଳୟ ଓ ଛାତ୍ର ସଂଗଠନ ବିରୋଧ କରିଛନ୍ତି। ସେମାନେ ଏକାଠି ହୋଇ ଜାମିଆ ସପକ୍ଷରେ ବାହାରିଛନ୍ତି ଓ ଦିଲ୍ଲୀ ପୁଲିସ୍‌ର ବର୍ବରତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୋରଦାର ଦାବି କରିଛନ୍ତି।



from Odisha Reporter https://ift.tt/34pGjqI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages