ବାଲିଗୁଡ଼ା (ଅଜିତ ନାୟକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିରେ ମନ୍ତ୍ରୀମାନେ ବେଶ୍ ସକ୍ରିୟ ହୋଇ ପଡ଼ିଛନ୍ତି। ସେମାନେ ତୃଣମୂଳ ସ୍ତରକୁ ଯାଇ ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି। ଗତ କିଛି ଦିନ ତଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ସୁନ୍ଦରଗଡ଼ ଜିଲ୍ଲାର ଏକ ସ୍କୁଲ ପରିଦର୍ଶନ କରି ପିଲାମାନଙ୍କୁ ପାଠ ପଢ଼ାବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।
ସେହିପରି ଗତକାଲି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଅଚାନକ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ଗଣିତ ପଢ଼ାଇବା ସହ କିଛି ପ୍ରଶ୍ନ ମଧ୍ୟ ପଚାରିଥିଲେ। ଏହାପରେ ମନ୍ତ୍ରୀ ଦାରିଙ୍ଗବାଡିର ମଡେଲ ସ୍କୁଲ ଓ ସରକାରୀ ହାଇସ୍କୁଲ ପରିଦର୍ଶନରେ ଯାଇ ପିଲାମାନଙ୍କ ପାଠପଢା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିଥିଲେ।
ପରେ ମନ୍ତ୍ରୀ ଦାରିଙ୍ଗିବାଡି ଅଞ୍ଚଳର କଫି ବଗିଚା, ମିଡ଼ୁବାନ୍ଦା ଜଳପ୍ରପାତ, ହିଲ୍ଭିୟୁ ପାର୍କ, ନେଚର ପାର୍କ ଓ ଫରେଷ୍ଟ ଗେଷ୍ଟ ହାଉସ୍ ଆଦି ପର୍ଯ୍ୟଟନ ସ୍ଥଳୀ ବୁଲି ଭିତ୍ତିଭୂମିର ସମୀକ୍ଷା କରିଥିଲେ। ଏହାସହ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ଦାରିଙ୍ଗବାଡିଠାରେ ଆଧୁନିକ ଶୈଳୀରେ ଏକ ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପସ୍ଥିତ ଥିଲେ।
from Odisha Reporter https://ift.tt/2szS3cG
No comments:
Post a Comment