ଭାରତ ନାଁରେ ଅପପ୍ରଚାର ପାଇଁ ପାକ୍‌ ଦୂତାବାସରେ ‘କଶ୍ମୀର ସେଲ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 4, 2019

ଭାରତ ନାଁରେ ଅପପ୍ରଚାର ପାଇଁ ପାକ୍‌ ଦୂତାବାସରେ ‘କଶ୍ମୀର ସେଲ’

ନୂଆଦିଲ୍ଲୀ: କୂଟନୀତିକ ଓ ସାମ୍ନାସାମ୍ନି ଯୁଦ୍ଧରେ ଭାରତ ଠାରୁ ମାତ ଖାଇଥିବା ପାକିସ୍ତାନ ଏବେ ନୂଆ ଭେଳିକି ଆରମ୍ଭ କରିଛି। ଭାରତ ନାଁରେ ଅପପ୍ରଚାର ଓ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରିବା ପାଇଁ ପାକିସ୍ତାନ ସରକାର ନୂଆ ଯୋଜନା ଆପଣାଇଛନ୍ତି।

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ପାକିସ୍ତାନର ଦୂତାବାସ ଗୁଡ଼ିକରେ ଇସଲାମାବାଦ ପକ୍ଷରୁ ସ୍ୱତନ୍ତ୍ର କଶ୍ମୀର ସେଲ ବା କଶ୍ମୀର ଡେସ୍କ ଖୋଲା ଯାଇଛି। ତେଣୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତ ସରକାର ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱନ ଦେଇଛନ୍ତି।

ସଂସଦର ଏକ ଲଖିତ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି ମୁରଲୀଧରନ କହିଛନ୍ତି, “ପାକିସ୍ତାନ ବିଭିନ୍ନ ରାଷ୍ଟ୍ରରେ ଥିବା ତା’ର ଦୂତାବାସ ଗୁଡ଼ିକରେ କଶ୍ମୀର ସେଲ ବା ଡେସ୍କ ଖୋଲିବା ପାଇଁ ଅଗଷ୍ଟ ୧୭ରେ ଘୋଷଣା କରିଥିଲା।

ଏହା ପଛରେ ପାକିସ୍ତାନର ଭାରତ ବିରୋଧୀ ଚକ୍ରାନ୍ତ ରହିଛି। କଶ୍ମୀର ସମ୍ପର୍କରେ ମିଛ କଥା ପ୍ରଚାର କରି ଲୋକଙ୍କ ସହାନୁଭୁତି ହାସଲ କରିବା ଏବଂ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରିବା ପାଇଁ ପାକିସ୍ତାନ ଏଭଳି ଡେସ୍କ ଖୋଲିଛି।

ଭାରତ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଏଥିସହ ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏହାର ଭୟାବହତା କଥା ବୁଝି ଏଭଳି ତଥାକଥିତ ଡେସ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲା। ହେଲେ ଏଥିରେ ବାରମ୍ବାର ବିଫଳ ହେବା ପରେ ଏବେ ଇମ୍ରାନ ଖାନ ସରକାର ନୂଆ ଭେଳିକି ଆପଣାଇଛନ୍ତି।”



from Odisha Reporter https://ift.tt/2LmG20M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages