ମରଣଯନ୍ତା ପାଲଟିଛି ମାଟି ରାସ୍ତା, ବର୍ଷା ଦିନେ ସ୍କୁଲ୍ ଯାଆନ୍ତିନି ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 26, 2019

ମରଣଯନ୍ତା ପାଲଟିଛି ମାଟି ରାସ୍ତା, ବର୍ଷା ଦିନେ ସ୍କୁଲ୍ ଯାଆନ୍ତିନି ଛାତ୍ରଛାତ୍ରୀ

ଭବାନୀପାଟଣା (ରାଜ କୁମାରସିଂହ ଦେଓ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ର ମହଗାଁରୁ ସରିଆଁକୁ ସଂଯୋଗ କରୁଛି ଚାରି କିଲୋମିଟରର ଏକ ଅଣଓସାରିଆ ମାଟି ରାସ୍ତା। ତେବେ ରାସ୍ତାଟିର ଅବସ୍ଥା ଭାରି ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା ଉପରେ ୮ଟି ଗାଁର ଲୋକ ନିର୍ଭର କରୁଥିବା ବେଳେ ଏଥିରେ ଚାଲିଚାଲି ଯିବା ବି କଷ୍ଟକର ହୋଇପଡ଼ୁଛି। ରାସ୍ତାଟି ମରଣଯନ୍ତା ପାଲଟି ଯାଇଛି କହିଲେ କିଛି ଭୁଲ୍ ହେବ ନାହିଁ।

ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ଏହି ମାଟି ରାସ୍ତାଟି ବଡ଼ ବଡ଼ ଖାଲରେ ଭର୍ତ୍ତି ହୋଇଯାଇଛି। ଫଳରେ ସାଇକେଲ୍ ଓ ବାଇକ୍‌ରେ ଯା’ଆସ କରୁଥିବା ଲୋକେ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହି ବାଟ ଦେଇ ସାଇକେଲ୍‌ ଆଦିରେ ସ୍କୁଲ ଓ କଲେଜ୍ ଯାଉଥିବା ପିଲାମାନେ ବି ଅସୁବିଧାର ସମ୍ମୁଖୀନ ହୁଅନ୍ତି। ରାସ୍ତାଟି ଅଣଓସାରିଆ ହୋଇଥିବାରୁ ଏଥିରେ ଚାରି ଚକିଆ ଗାଡ଼ି କି ଆମ୍ବୁଲାନ୍ସ ଯାଇପାରେ ନାହିଁ। ତେଣୁ ରୋଗୀ ଓ ଗର୍ଭବତୀମାନଙ୍କୁ ଡାକ୍ତରଖାନା ନେବାରେ ବହୁତ ଅସୁବିଧା ହୁଏ। ସେମାନଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ହୁଏ।

ଅନ୍ୟ ଦିନଗୁଡ଼ିକ ଅପେକ୍ଷା ବର୍ଷା ଦିନେ ଏହି ରାସ୍ତାର ଅବସ୍ଥା ଅଧିକ ଶୋଚନୀୟ ହୋଇଯାଏ। ରାସ୍ତାଟି ପାଣି, କାଦୁଅରେ ଭର୍ତ୍ତି ହୋଇଯାଏ। ଅବସ୍ଥା ଏପରି ହୁଏ ଯେ ଛାତ୍ରଛାତ୍ରୀମାନେ ସ୍କୁଲ୍‌, କଲେଜ ଯା’ନ୍ତି ନାହିଁ।

ରାସ୍ତାଟିକୁ ପକ୍କା କରିବା ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରୁଥିଲେ ମଧ୍ୟ ସେମାନଙ୍କ କଥା କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି।

ମହଗାଁର ମନୋଜ ପଟ୍ଟନାୟକ କହିଛନ୍ତି, “ରାସ୍ତା ଖରାପ ଯୋଗୁ ଯିବାଆସିବାରେ ବହୁତ ଅସୁବିଧା ହେଉଛି। ବର୍ଷାଦିନେ ପିଲାମାନେ ସ୍କୁଲ,କଲେଜ ଯିବାରେ ଅସୁବିଧା ହେଉଛି। ଏହି ରାସ୍ତାରେ ରୋଗୀମାନଙ୍କୁ ମେଡିକାଲ ନେବାକୁ ଭୟ ଲାଗୁଛି। ସରକାର ଶୀଘ୍ର ଆମ ପାଇଁ ଭଲ ରାସ୍ତାଟିଏ କରି ଦିଅନ୍ତୁ।”

ସରକାର ଗ୍ରାମାଞ୍ଚଳରେ ବିକାଶ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଏହି ରାସ୍ତାଟି କେବେ ପକ୍କା ହେଉଛି, ତାହା ଦେଖିବା ବାକି ରହିଲା।



from Odisha Reporter https://ift.tt/377008i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages