ଘରେ ଛାଡ଼ି ଦେବେ ବୋଲି କହି ଡାକି ନେଲେ, ଆଉ ତା’ ପରେ … - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 20, 2019

ଘରେ ଛାଡ଼ି ଦେବେ ବୋଲି କହି ଡାକି ନେଲେ, ଆଉ ତା’ ପରେ …

ବାଲେଶ୍ୱର (ଓଡ଼ିଶା ରିପୋର୍ଟର):  ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନା ଅନୁଯାୟୀ, ନାବାଳିକା ଜଣକ ନିଜର ଜଣେ ସମ୍ପର୍କୀୟଙ୍କ ସହ ଏକ କମ୍ପାନୀରେ କାମ କରିବାକୁ ତେଲେଙ୍ଗନା ଯାଇଥିଲେ । କିଛି ଦିନ କାମ କରିବା ପରେ ସେ ଘରକୁ ଫେରିଥିଲେ । ବାଲେଶ୍ୱର ଷ୍ଟେସନରେ ଓହ୍ଲାଇ ବସ୍‌ ପାଇଁ ଅପେକ୍ଷା କରିଥିବାବେଳେ ଗମ୍ଭାରିଆ ଗାଁର ସଞ୍ଜିତ ଜେନା ନାମକ ବ୍ୟକ୍ତି ତାକୁ ଘରେ ଛାଡିଦେବ ବୋଲି କହିଥିଲା ।

ଏହାପରେ ବାଇକ୍‌ରେ ଆଣି ତାକୁ ଜାତୀୟ ରାଜପଥ କଡରେ ଥିବା ଏକ ବିଲରେ ଦୁଷ୍କର୍ମ କରିଥିଲା।  ଏଥିସହ ନାବାଳିକାଙ୍କ  ମୋବାଇଲ ଓ ଟଙ୍କା ନେଇ ମଧ୍ୟ ଚମ୍ପଟ ମାରିଥିବା ଅଭିଯୋଗ ହୋଇଥିଲା । ଏନେଇ ନାବାଳିକା ଜଣଙ୍କ ଥାନାରେ ଏତଲା ଦେବା ପରେ ପୁଲିସ୍‌ ଟଙ୍କା ଉଠାଇଥିବା ଏଟିଏମ୍‌ର ସିସିଟିଭି ଫୁଟେଜ ଓ ଆକାଉଣ୍ଟ ନମ୍ବର ଆଧାରରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।



from Odisha Reporter https://ift.tt/2PKmjLl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages