ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ; ସମ୍ପର୍କୀୟ ଦାଦା ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 20, 2019

ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ; ସମ୍ପର୍କୀୟ ଦାଦା ଗିରଫ

ବାରିପଦା(ମାଣିକଲାଲ୍ ପାଣି):  ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳରେ ଜଣେ ୧୦ ବର୍ଷର ନାବାଳିକାକୁ ସମ୍ପର୍କୀୟ ଦାଦା  ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।  ପୁଲିସ୍‌ ଅଭିଯୁକ୍ତ ଦାଦା ମିଲୁ ସିଂଙ୍କୁ ଗିରଫ କରିଛି।

ସୂଚନାଅନୁସାରେ,  ଗତକାଲି ନାବାଳିକା ଜଣକ ଘର ବାହାରେ ଖେଳୁଥିବା ବେଳେ ସମ୍ପର୍କୀୟ ଦାଦା କୁକୁଡ଼ା ମାଗିଥିଲେ।  ନାବାଳିକା ଜଣକ ଏକ କୁକୁଡ଼ା ଦେବା ବେଳେ  ଯୁବକ ଜଣକ ତାଙ୍କୁ କାବୁ କରି  ଅସଦାଚରଣ କରିବାକୁ ଲାଗିଲେ। ତେବେ ଏହି ସମୟରେ ନାବାଳିକାଙ୍କ ଘର ଲୋକ ବାହାରି ଆସିବାରୁ  ଯୁବକ ଜଣକ ସେଠାରୁ ଫେରାର୍ ହୋଇଯାଇଥିଲେ। ନାବାଳିକାର ବାପା-ମାଆ ଅନ୍ୟ ଜିଲ୍ଲାରେ କାମ କରୁଥିବା ବେଳେ ସେ ବୁଢ଼ିମା’ ପାଖରେ ରୁହନ୍ତି ।

ଏନେଇ  ନାବାଳିକାଙ୍କ ବୁଢ଼ିମା’ ଓ ଗାଁ ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।



from Odisha Reporter https://ift.tt/3909ST0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages