ନୂଆ ଫିଲ୍ମ ସାଇନ୍‌ କଲେ କିଙ୍ଗ୍‌ ଖାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 2, 2019

ନୂଆ ଫିଲ୍ମ ସାଇନ୍‌ କଲେ କିଙ୍ଗ୍‌ ଖାନ୍

ମୁମ୍ବାଇ: ‘କିଙ୍ଗ୍ ଖାନ୍‌’ ଶାହାରୁଖଙ୍କୁ ପ୍ରାୟ ବର୍ଷେ ହେଲାଣି ବଡ଼ ପରଦାରେ ଦେଖିବାକୁ ପାଇ ନାହାନ୍ତି ଦର୍ଶକ। ଗତ ବର୍ଷ ଡିସେମ୍ବର ୨୧ରେ ତାଙ୍କ ଫିଲ୍ମ ‘ଜିରୋ’ ରିଲିଜ୍ ହୋଇଥିଲା। ତା’ପରେ ତାଙ୍କର ଆଉ କୌଣସି ଫିଲ୍ମ ଆସିନାହିଁ। ତେବେ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଆସନ୍ତା ବର୍ଷ ତାଙ୍କର ଏକ ଫିଲ୍ମ ଆସିବ।

ସୂଚନା ଅନୁୟାୟୀ, ଶାହାରୁଖ ନିକଟରେ ଏକ କମିକ୍‌ ଆକ୍ସନ୍‌ ଥ୍ରୀଲର୍‌ ଫିଲ୍ମ ସାଇନ୍‌ କରିଛନ୍ତି। ଏହି ଫିଲ୍ମର ଶୁଟିଂ ସେ ଆସନ୍ତା ବର୍ଷ ଆରମ୍ଭ କରିବେ। କୁହାଯାଉଛି ଯେ ଏହା ଶାହାରୁଖଙ୍କ ଜୋନର୍‌ରୁ ପୂରା ଅଲଗା ଫିଲ୍ମ। ଏ ପର୍ଯ୍ୟନ୍ତ ସେ ଏଭଳି ଫିଲ୍ମରେ କେବେ କାମ କରିନାହାନ୍ତି। ଫିଲ୍ମଟିକୁ ତାଙ୍କ ପ୍ରଡକ୍ସନ୍‌ ହାଉସ୍‌ ‘ରେଡ୍‌ ଚିଲି ଏଣ୍ଟରଟେନ୍‌ମେଣ୍ଟସ୍’ ତିଆରି କରିବ। ଏହାର ଶୁଟିଂ ଭାରତରେ ଓ ବିଦେଶରେ ହେବ।

ଖବର ମିଳିଛି ଯେ ଏହି ଫିଲ୍ମରେ ଅନେକ ଗୁଡ଼ିଏ ଆକ୍ସନ୍‌ ସିନ୍‌ ରହିବ। ଏଥିପାଇଁ ବିଦେଶରୁ କୌଣସି ଷ୍ଟଣ୍ଟମ୍ୟାନ୍‌ଙ୍କୁ ନିଆଯାଇପାରେ। ଏବେ ଫିଲ୍ମର ସ୍କ୍ରିପ୍ଟ ଲେଖା ଚାଲିଛି। ସ୍କ୍ରିପ୍ଟ ଲେଖା ସରିବା ପରେ ଏହାର ଶୁଟିଂ ପାଇଁ ଲୋକେସନ୍‌ ଫାଇନାଲ୍‌ କରାଯିବ। ଫିଲ୍ମର ନିର୍ଦ୍ଦେଶନା ଭାର କିଏ ସମ୍ଭାଳିବେ, ସେ ବିଷୟରେ କିଛି ସୂଚନା ମିଳି ନଥିବା ବେଳେ କୌଣସି ନୂଆ ଅଭିନେତ୍ରୀ ବଦଳରେ ଜଣେ ବଡ଼ ଅଭିନେତ୍ରୀଙ୍କୁ ନେବାକୁ ଯୋଜନା ଚାଲିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ମାସରେ ନିଜର ୫୪ତମ ଜନ୍ମଦିନ ଅବସରରେ ଶାହାରୁଖ କହିଥିଲେ ଯେ ସେ ଆସନ୍ତା ବର୍ଷ ଏକ ବଡ଼ ପ୍ରୋଜେକ୍ଟରେ ନଜର ଆସିବେ।  ବର୍ତ୍ତମାନର ଖବରରୁ ଏହା ସତ ବୋଲି ଜଣାପଡ଼ୁଛି। ତେବେ ଫିଲ୍ମର ରିଲିଜ୍‌ ତାରିଖ ସମ୍ପର୍କରେ କିଛି ଜଣାପଡ଼ିନି। ଫିଲ୍ମଟି ୨୦୨୦ ଶେଷ କିମ୍ବା ୨୦୨୧ ଆରମ୍ଭରେ ରିଲିଜ୍ ହୋଇପାରେ।

 



from Odisha Reporter https://ift.tt/2RkJsVA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages