ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳେ ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି। ତା’ ସହିତ ଏ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦ୍ୱୟ ହେଲେ ମାଲକାନଗିରି ଜିଲ୍ଲାର କମଳଲୋଚନ ଗୁଲାଲ ଓ ଖଗପତି ଆର୍ଲବ।
ଏ ଦୁହିଁଙ୍କଠାରୁ ୧ କ୍ୱିଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ କରାଯାଇଛି। ମାଲକାନଗିରି ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲାକୁ ଏହାକୁ ଚାଲାଣ କରାଯାଉଥିଲା। ଏନେଇ କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ଅବକାରୀ ବିଭାଗ ଇନ୍ଦ୍ରାବତୀ ବ୍ରିଜ୍ ନିକଟରେ ଟ୍ରାକ୍ଟରକୁ ଧରିଥିଲା। ଟ୍ରାକ୍ଟରକୁ ଯାଞ୍ଚ କରିବା ପରେ ଏହାର ସିକ୍ରେଟ୍ ଚାମ୍ବରରୁ ୨୪ ପ୍ୟାକେଟ୍ ଗଞ୍ଜେଇ ଜବତ କରାଯାଇଥିଲା।
ଜବତ ଗଞ୍ଜେଇର ଆନୁମାନିକ ବଜାରର ମୂଲ୍ୟ ୬ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି। ଅଭିଯୁକ୍ତ ଦ୍ୱୟ କହିଛନ୍ତି ଯେ ସେମାନେ ପ୍ରଥମ ଥର ପାଇଁ ଏପରି କାମ କରୁଥିଲେ। ମାଲିକ ତାଙ୍କୁ ୨୦,୦୦୦ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲା।
from Odisha Reporter https://ift.tt/355Nju5
No comments:
Post a Comment