ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ଅନ୍ତର୍ଗତ ତାରଶିଂଗ୍ ବନାଞ୍ଚଳର କଳିଙ୍ଗପଦର ନିକଟ ଜଙ୍ଗଲରେ ଏକ ହାତୀର କ୍ଷତବିକ୍ଷତ ମୃତଦେହ ଦେଖିବାକୁ ମିଳିଛି। ଗାଁ ଲୋକେ ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ।
ଗାଁଲୋକ ଅଭିଯୋଗ କରିଛନ୍ତି ଯେ, ଗତକାଲି ରାତିରେ ହାତୀପଲ ଆସି ଧାନ ଫସଲ ନଷ୍ଟ କରିଛି। ଏହି ହାତୀପଲଙ୍କ ମଧ୍ୟରୁ ଗୋଟିଏ ହାତୀର ମୃତ୍ୟୁ ଘଟିଛି।
ଉତ୍ତର ବନଖଣ୍ଡ ଡିଏଫ୍ଓ ଘଟଣାସ୍ଥରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀଟିର କିପରି ମୄତ୍ୟୁ ଘଟିଛି, ତାହା ବ୍ୟବଛେଦ ପରେ ଜଣାପଡ଼ିବ ସେ କହିଛନ୍ତି।
from Odisha Reporter https://ift.tt/2E33I6F
No comments:
Post a Comment