ଆଜି କଂଗ୍ରେସର ‘ଭାରତ ବଞ୍ଚାଅ ରାଲି’, କେନ୍ଦ୍ର ବିରୋଧରେ ହୁଙ୍କାର ଭରିବ କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 13, 2019

ଆଜି କଂଗ୍ରେସର ‘ଭାରତ ବଞ୍ଚାଅ ରାଲି’, କେନ୍ଦ୍ର ବିରୋଧରେ ହୁଙ୍କାର ଭରିବ କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମଇଦାନରେ ଆଜି ମୋଦି ସରକାର ବିରୋଧରେ ହୁଙ୍କାର ଭରିବ କଂଗ୍ରେସ। କେନ୍ଦ୍ର ସରକାରର ବିଭିନ୍ନ ନିଷ୍ପତ୍ତିକୁ ବିରୋଧ କରି ଗର୍ଜିବ କଂଗ୍ରେସ। ନାଗିରକତା ଆଇନ, ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ, ଚାଷୀ ସମସ୍ୟା, ବେରୋଜଗାର ଓ ଅର୍ଥବ୍ୟବସ୍ଥା ଆଦିକୁ ପ୍ରସଙ୍ଗ କରି କେନ୍ଦ୍ର ବିରୋଧରେ ଜନ ଆନ୍ଦୋଳନ ପାଇଁ ଡାକରା ଦେବ କଂଗ୍ରେସ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ଯାଏ ଏହି ‘ଭାରତ ବଞ୍ଚାଅ ରାଲି’ ଚାଲିବ ବୋଲି ସୂଚନା ରହିଛି।

ରାମଲୀଳା ମଇଦାନରେ ଆରମ୍ଭ ହେବାକୁ ଥିବା ଏହି ରାଲିରେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି, ମହାସଚିବ ପ୍ରିୟଙ୍କା ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ନେତା ସାମିଲ୍ ହେବେ। ଏହି ରାଲିର ନେତୃତ୍ୱ ରାହୁଲ ଗାନ୍ଧି ନେବେ ବୋଲି ଜଣାପଡ଼ିଛି।

ରାଲିରେ ଯୋଗ ଦେବାକୁ ଥିବା ଦଳର କର୍ମୀ ଓ ସମର୍ଥକ ମାନେ ରାହୁଲ ମାସ୍କ ପିନ୍ଧି ରାହୁଲ ଗାନ୍ଧିଙ୍କ ପ୍ରତି ଆନୁଗତ୍ୟ ଦେଖାଇବେ ବୋଲି ଜଣାପଡ଼ିଛି। ଏଖିପାଇଁ ୨୦ ହଜାର ମାସ୍କ ଅର୍ଡର କରାଯାଇଥିବା ସୂଚନା ରହିଛି। ‘ମୋଦି ପାଇଁ ମାନ୍ଦା ଅବସ୍ଥା’ର ନାରା ଦେଇ ସରକାର ବିରୋଧରେ କଂଗ୍ରେସ ହାଲ୍ଲା ବୋଲ କରିବ ବୋଲି ଜଣାପଡ଼ିଛି।

ଆସନ୍ତାବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ନିଜ ପଦବୀରୁ ଇସ୍ତଫା ଦେବେ। ଏହାପରେ ପୁଣି ଥରେ ରାହୁଲ ଗାନ୍ଧିଙ୍କୁ ଦଳ ସଭାପତି କରିବ ବୋଲି ଆକଳନ କରାଯାଉଛି। ଏହାପୂର୍ବରୁ କଂଗ୍ରେସ କେନ୍ଦ୍ର ବିରୋଧରେ ବିଭିନ୍ନା ରାଲି କରି ରାହୁଲଙ୍କୁ ଫ୍ରଣ୍ଟଫୁଟକୁ ଆଣିବାକୁ ଯୋଜନା ରଖିଛି।



from Odisha Reporter https://ift.tt/38ByMID

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages