‘ହିରୋଙ୍କ ଚୁଟି ଓ ଦାଢ଼ି ଉପରେ ନିର୍ଭର କରିବାକୁ ପଡ଼ୁଥିଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 1, 2019

‘ହିରୋଙ୍କ ଚୁଟି ଓ ଦାଢ଼ି ଉପରେ ନିର୍ଭର କରିବାକୁ ପଡ଼ୁଥିଲା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତରଙ୍ଗ ସିନେ ପ୍ରଡକ୍ସନ୍ସର ଦ୍ୱାରା ନିର୍ମିତ ଫିଲ୍ମ ‘ବାଳ- ଦ ରିଦିମ୍‌ ଅଫ୍‌ ଲାଇଫ୍‌’ ନଭେମ୍ବର ୧ ତାରିଖରେ ରିଲିଜ୍‌ ହୋଇଥିଲା।ଏଥିରେ ସମୀର ଶତପଥୀ ଓ ଦିବ୍ୟା ଲିଡ୍ ରୋଲ୍‌ରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ସମୀର ଜଣେ ଚନ୍ଦା ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଆଉ ଏଥିପାଇଁ ତାଙ୍କ ସହିତ ପୂରା ୟୁନିଟ୍‌କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା। ପରିଶ୍ରମ କହିଲେ, କେତେବେଳେ ସମୀରଙ୍କର କ୍ଲିନ୍ ଶେଭ୍‌ରେ ଶୁଟିଂ କରିବାକୁ ପଡ଼ୁଥିଲା ତ କେତେବେଳେ ତାଙ୍କୁ ଚୁଟି ରଖିବାକୁ ପଡ଼ୁଥିଲା। କ୍ଲିନ୍ ଶେଭ୍‌ ପାଇଁ ତ ଅସୁବିଧା ନଥିଲା। କିନ୍ତୁ ଯେଉଁ ସବୁ ସିନ୍ ପାଇଁ ଚୁଟି ଓ ଦାଢ଼ିର ଆବଶ୍ୟକତା ରହୁଥିଲା, ସେଥିରେ ସମସ୍ୟା ସୃଷ୍ଟି ହେଉଥିଲା। ଏହି କ୍ଷେତ୍ରରେ ତାଙ୍କ ଚୁଟି ଓ ଦାଢ଼ି ଉଠିବା ଯାଏ ପୂରା ୟୁନିଟ୍‌କୁ ଅପେକ୍ଷା କରିବାକୁ ପଡ଼ୁଥିଲା।

ଏ କଥାକୁ ମନେ ପକାଇ ଫିଲ୍ମର ହିରୋଇନ୍ ଦିବ୍ୟା ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଚାଟ୍‌ ଶୋ’ ‘ଦିଲ୍ଲ ଦୋସ୍ତି ମ୍ୟୁଜିକ୍‌’ରେ କହିଥିଲେ ଯେ ପ୍ରଥମ ଥର ପାଇଁ ସେ ଏମିତି ଏକ ଫିଲ୍ମ କଲେ, ଯେଉଁଥିରେ ହିରୋଙ୍କ ଚୁଟି ଓ ଦାଢ଼ି ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ସମୀରଙ୍କ ଚୁଟି ଉଠିବାକୁ ଅପେକ୍ଷା କରିବାକୁ ପଡ଼ୁଥିଲା ଓ ସେହି ଅନୁସାରେ ଶୁଟିଂ ହେଉଥିଲା।

ବାଳ ଫିଲ୍ମର ଶୁଟିଂ ଚାଲୁଥିବା ବେଳେ ଦିବ୍ୟା ଅନ୍ୟ ଏକ ଫିଲ୍ମର ଶୁଟିଂରେ ମଧ୍ୟ ବ୍ୟସ୍ତ ଥିଲେ। ତେଣୁ ତାଙ୍କ ପାଖରେ ସମୟର ଅଭାବ ରହୁଥିଲା। ତେବେ ଟିକେ ସମୟ ପାଇଲେ ସେ ବ୍ୟସ୍ତ ହୋଇ ସମୀରଙ୍କୁ ଫୋନ୍‌ କରୁଥିଲେ ଏବଂ ତାଙ୍କ ଚୁଟି ଉଠିଲା କି ନାହିଁ ବୋଲି ପଚାରି ବୁଝୁଥିଲେ। କେବଳ ଦିବ୍ୟା ନୁହେଁ, ଫିଲ୍ମର ନିର୍ଦ୍ଦେଶକ ମଧ୍ୟ ସମୀରଙ୍କ ଚୁଟି ଉଠିବାକୁ ନେଇ ବ୍ୟସ୍ତ ହେଉଥିଲେ ଓ ସେ ମଧ୍ୟ ସମୀରଙ୍କୁ ଫୋନ୍ କରି ଚୁଟି ଉଠିଲା କି ନାହିଁ ପଚାରି ବୁଝୁଥିଲେ।

 



from Odisha Reporter https://ift.tt/2P4zxAN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages