ତୁମ କଥା ମନେପଡ଼େ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 1, 2019

ତୁମ କଥା ମନେପଡ଼େ…

ଜି ଅରଣ୍ୟ ଖୁବ୍‌ ମନେ ପଡୁଛନ୍ତି । ସେଦିନ ଯଦି ମୁଁ ମୋ ପ୍ରେମ ପାଇଁ ଘର ଲୋକଙ୍କ ଆଗେ ଜିଦ୍‌ କରିଥାନ୍ତି ତ ଆଜି ଏମିତି ଅବସ୍ଥା ହୋଇନଥାନ୍ତା। ମୁଁ ପାଇଯାଇଥାନ୍ତି ମୋ ପ୍ରିୟର ମଣିଷକୁ। ମୋ ଅରଣ୍ୟକୁ… ଏମିତି ଭାବି କାନ୍ଦୁଛି ଅରୁଣା। ଭୁଲା ଅତୀତ ତାର ଖୁବ୍ ମନେପଡୁଛି।

ବାହାରେ ଅବିରତ ବର୍ଷା । ହୃଦୟରେ ଦୁଃଖର ବିଜୁଳି। ଆଖିରେ ଲଗାଣ ବର୍ଷାର ଧାରା। କ’ଣ କରିବ ଅରୁଣା। ଆଜି ସବୁ ଭାବୁଛି।

ବାପା ମାଆ ସିନା ଯାନିଯୌତୁକ ଦେଇ ଝିଅ ବିଦା କରିଦେଲେ। ତାଙ୍କ ମୁଣ୍ଡରୁ ବୋଝ ହାଲକା ହୋଇଗଲା । ହେଲେ ମୁଁ କେମିତି ପ୍ରତିକ୍ଷଣ ଦୁଃଖ ଓ ଅନୁତାପର ନିଆଁରେ ଜଳୁଛି , ସେ କ’ଣ ସେକଥା ବୁଝିଲେ । ଯାହାକୁ ବେଦି ଉପରେ ବସି ଅଗ୍ନିକୁ ସାଖି ରଖି ବାହା ହେଲି ସେ ଦିନକ ପାଇଁ ମନ କଥା ବୁଝିଲେନି। ଅର୍ଥ ମୋହରେ ସେ ଯେମିତି ପାଗଳ। ଦିନ ରାତି ଖାଲି ଟଙ୍କା ପଛରେ ଧାଇଁଛନ୍ତି।

ବାହାଘରର ୨ ବର୍ଷ ଭିତରେ କେବେ ସେ ସ୍ତ୍ରୀକୁ କେଉଁଆଡେ ବୁଲାଇ ନେଇଛନ୍ତି ନା ଭଲରେ କଥା ହୋଇଛନ୍ତି। ଅରୁଣା ବେଦିରେ ବସିବା ପରେ ଭୁଲି ଯାଇଥିଲା ତାର ଅତୀତକୁ। କର୍ମକୁ ଆଦରି ବଞ୍ଚିବାକୁ ସ୍ଥିର କରିନେଇଥିଲା। କିନ୍ତୁ ପୁଣି ତା ଅତୀତକୁ ମନେପକାଇ ଦେଇଥିଲେ ତାର ସ୍ୱାମୀ। ବାସର ରାତିରେ ସତ କଥା କହି ଦେଇଥିଲା ବୋଲି କଥା କଥାକେ ସେ ସେଇ ପୁରୁଣା ସ୍ମୃତିକୁ ଦୋହରାଇଲେ। ଅରୁଣାକୁ ସନ୍ଦେହ କଲେ।

ରାତି ୧୨ଟା ହେଲାଣି। ସ୍ୱାମୀ ଆଜି ଅଫିସ୍‌ କାମରେ ଅଫିସ୍‌ରୁ ଫେରିନାହାଁନ୍ତି। ଅରୁଣା ବସି ଅତୀତ ସ୍ମୁତିକୁ ରୋମନ୍ଥିତ କରୁଛି। ଅରଣ୍ୟ ଥିଲେ ଅରୁଣାର ପାଖ ଗାଁର ପିଲା। ହାଇସ୍କୁଲରୁ କଲେଜ୍ ଏକା ସାଙ୍ଗରେ ପଡିଛନ୍ତି। ପ୍ରତି ମୁର୍ହୂତ୍ତକୁ ଏକା ସାଥିରେ ବିତାଇଛନ୍ତି । ବନ୍ଧୁତା ,ପ୍ରେମ ଭିତରେ ଯେମିତି ଦିନ ଗୁଡାକ କେମିତି ବିତି ଯାଇଥିଲା। ସେ ଦୁହେଁ ଜାଣିପାରିନଥିଲେ। ଅରୁଣାର ଘର ଲୋକେ ତାଙ୍କ ପ୍ରେମ ବିଷୟରେ ଜାଣି ତାର ବାହାଘର ସ୍ଥିର କରିଦେଲେ । କହିଲେ , ଆମେ ସରକାରୀ ଚାକିରିଆକୁ ତତେ ବାହାଦେବୁ।

ସେଦିନ ବାପାଙ୍କ ଜିଦ୍‌ ଆଗରେ ହାର୍‌ ମାନିଥିଲା ଅରୁଣା। ଘରର ନିଷ୍ପତ୍ତି ଆଗରେ ବଳି ପଡିଯାଇଥିଲା ତା ପ୍ରେମ। ଆଜି ଅରଣ୍ୟ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିତ୍ୱ। ଜଣେ ଭଲ ଲେଖକ ଭାବେ ଖୁବ୍‌ ନାଁ କମେଇଛନ୍ତି । ଟିଭି , ରେଡିଓ, ଖବର କାଗଜ ସବୁଠି ତାଙ୍କର ସୃଜନଶୀଳତାର ସ୍ପର୍ଶ। ସେଦିନଠୁ ଅରୁଣା କେବେ ବି ସାହସ କରିପାରିନି ଅରଣ୍ୟଙ୍କୁ ଦେଖା କରିବାକୁ। ଶୁଣିଛି ଖୁବ୍‌ ଭଲରେ ଅଛନ୍ତି ଅରଣ୍ୟ। ଆଉ ସେ ସବୁବେଳେ ଭଲରେ ଥାଆନ୍ତୁ ବୋଲି ନିତି ଅରଣ୍ୟଙ୍କ ପାଇଁ ସନ୍ଧ୍ୟା ଦୀପ ଜଳାଇ ଶୁଭ ମନାସେ ଅରୁଣା।
ଫେସ୍‌ବୁକ୍‌ରୁ ନିତି ତାଙ୍କର କବିତା ପଢେ ଅରୁଣା। ନିରବତାର ଅନ୍ଧକାରରେ ରହି କେବଳ ଅରଣ୍ୟଙ୍କର ସୃଜନଶୀଳତାର ଶବ୍ଦରେ ହଜେ। ଆଉ ବା କ’ଣ କରିପାରିବ। କବିତା ପଢ଼ି ଅନୁଭବ କରେ ଅରଣ୍ୟ ଏବେ ବି ତାକୁ ହୃଦୟରେ ସ୍ଥାନ ଦେଇଛନ୍ତି । ତାର ପ୍ରେମ ପ୍ରତିଶ୍ରୁତି ଓ ପ୍ରତୀକ୍ଷାକୁ ନେଇ ଲେଖୁଛନ୍ତି କବିତା , ଗଳ୍ପ ।

ଫେସ୍‌ବୁକ୍‌ ଖୋଲିଲା ଅରୁଣା। ଏମିତି ନିତି ରାତିରେ ସେ ଫେସ୍‌ବୁକ୍‌ରେ ଅରଣ୍ୟକୁ ତାଙ୍କ କବିତାର ଶବ୍ଦ ଓ ଭାଷାରେ ଭେଟେ। ଆଜି ଅରଣ୍ୟ ଏକ କବିତା ପୋଷ୍ଟ କରିଛନ୍ତି। ଖୁବ୍‌ ଆଗ୍ରହର ସହ ଅରୁଣା ପଢିଲା- ଅରଣ୍ୟ ଲେଖିଛନ୍ତି।
ତୋ ପ୍ରେମ ମୋ ପ୍ରେମ , ଗୋଟେ ନିରବ କାହାଣୀ
ତୋ କଥା ମୋ କଥା ଗୋଟେ ଅଭୁଲା ଚାହାଣୀ…

ଆଉ ପଢ଼ି ପାରିଲାନି। ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। କାନ୍ଥ ଘଣ୍ଟା ଗର୍ଜି ଉଠିଲା। ରାତି ୨ଟା , ସ୍ୱାମୀ ଏଯାଏଁ ଆସିନାହାନ୍ତି। ଆଖିର ଲୁହ ପୋଛିଲା ଅରୁଣା। ଆଜି କେମିତି ପରିବେଶ ଅଲଗା ଲାଗୁଥିଲା । ଅରୁଣା ଆଖିରୁ ଯେତିକି ଲୁହ ଝରୁଥିଲା। ହୃଦୟର ବିଳାପ ସେମିତି ତୀବ୍ର ହୋଉଥିଲା । ବାହାରେ ବର୍ଷା ମଧ୍ୟ ସେତିକି ପ୍ରତୀୟମାନ ହେଉଥିଲା। ଅରୁଣା ସ୍ଥିର କଲା ଆଜି ସେ ପ୍ରଥମ କରି କମେଣ୍ଟ କରିବ ଅରଣ୍ୟଙ୍କର କବିତା ପଢ଼ି।
ଲେଖିଲା ପୋଷ୍ଟରେ – ଅରଣ୍ୟ।
‘ତୁମ ପ୍ରେମ ଏବେ ବି ଜୀବନ୍ତ। ଏ ଦେହ ସିନା ଏଠି, ମନ ତୁମ ପାଖରେ। ମୁଁ ପ୍ରିୟା ପ୍ରେୟସୀ, ପ୍ରିୟତମା କୋଉଟା ହୋଇ ପାରିଲିନି। ତୁମେ କିନ୍ତୁ ସଚ୍ଚା ପ୍ରେମିକ ଓ ପ୍ରିୟ ପୁରୁଷ ପାଲଟି ଗଲ। ପ୍ରେମର ପରମ ସତ୍ୟ ତ୍ୟାଗରେ ବି ଅନୁଭବ କରିପାରିଲ ପ୍ରେମକୁ ,ପ୍ରତିଶ୍ରୁତିକୁ।’ ଏତକ ଲେଖି ସାରି ଅରୁଣା ଯେମିତି ନିଜ ଭିତରେ ଆଶ୍ୱସ୍ତି ଅନୁଭବ କରୁଥିଲା ।

ସେପଟେ ତାର କମେଣ୍ଟର ଉତ୍ତର ଦେଲେ ଅରଣ୍ୟ, ….‘ଅରୁଣା ତୁମେ ଭଲରେ ଥାଅ…ଯାହା ହେବାର ନଥିଲା, ତା ହେଲାନି। ଯାହା ହେବାର ଥିଲା ତାହା ହେଲା, ସେଇଟା ଆମ ପ୍ରେମ…..’

ପ୍ରେମ ମାନେ ପ୍ରଶଂସା। ଯାହା ମୁଁ ବୁଝିଛି। ପରସ୍ପର ପ୍ରତି ସେହି ପ୍ରଶଂସା ରଖି ନିଜ ନିଜର ସଂସାର ଭିତରେ ହଜିଯିବା ହିଁ ଜୀବନ। ମୁଁ ତୁମ ପରି ଗୋଟେ ଜୀବନ ସାଥି ପାଇଛି ଅରୁଣା। ଠିକ୍ ତୁମ ଭଳି ଲାଜେଇ , ସରଳି ଆଉ ମନକୁ ବୁଝିଲା ଭଳି। ତାରି ଭିତରେ ତୁମକୁ ଦେଖେ , ସେ ସବୁ ଜାଣିଛି। ସବୁ କହିଦେଇଛି। ମୁଁ ରାଗିଲେ ଅରୁଣା ଅରୁଣା କହି ମୋତେ ଚିଡାଇ ମଜା କରେ ….

ଅରୁଣା ଆଖିରେ ଖୁସିର ଲୋତକ। ଦୀର୍ଘ ୨ବର୍ଷ ପରେ ନିଜ ଅରଣ୍ୟଙ୍କ ଠାରୁ ଏଭଳି ଭାବର ଆଦାନ ପ୍ରଦାନରେ ବିମୋହିତ ହୋଇଛି। ଅନେକ ଦିନ ଧରି ମନରେ ଜମାଟ ବାନ୍ଧିଥିବା ଦୁଃଖର ବରଫ ଧିରେ ଧିରେ ତରଳୁଥିଲା । ହାଲକା ଲାଗୁଥିଲା ଅରୁଣାର ଦେହ,ମନ,ପ୍ରାଣ।

ମନକୁ ମନ କହିଲା ତୁମେ ସତରେ ମହାନ ଅରଣ୍ୟ…ତୁମେ ମହାନ। ମୁଁ ଅଭାଗିନୀ ତୁମକୁ ନିଜର କରିପାରିଲିନି।

ପ୍ରଦେଶ ପ୍ରତ୍ୟୁଷ
କୁରୁମଟାଙ୍ଗର
ମହୁଲପଡ଼ା
ଢ଼େଙ୍କାନାଳ
ଫୋନ୍‌ -୭୦୦୮୪୩୧୨୫୭



from Odisha Reporter https://ift.tt/2DzEhcD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages