୨୦୧୯ର ନୂଆ ମୁହଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 24, 2019

୨୦୧୯ର ନୂଆ ମୁହଁ

ମୁମ୍ବାଇ: ୨୦୧ରେ ବଲିଉଡ୍‌ରେ ଅନେକ ବଡ଼ ବଡ଼ ଫିଲ୍ମ ସବୁ ରିଲିଜ୍‌ ହୋଇଛି। କିଛି ବଲିଉଡ୍‌ର ସୁପରଷ୍ଟାରଙ୍କ ଫିଲ୍ମ ହୋଇଥିବାବେଳେ କିଛି ଥିଲା ଡେବ୍ୟୁ କଳାକାରଙ୍କ ଫିଲ୍ମ। ଚଳିତବର୍ଷ ଅନେକ ନୂଆ ନୂଆ ଅଭିନେତା ଓ ଅଭିନେତ୍ରୀ ବଲିଉଡ୍‌ରେ ଏଣ୍ଟ୍ରି କରିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଷ୍ଟାର୍‌ କିଡ୍‌ ମଧ୍ୟ ଅଛନ୍ତି। ଏଇସବୁ ଡେବ୍ୟୁଟାଣ୍ଟ ଷ୍ଟାରମାମଙ୍କ ଭିତରୁ ଅନେକ ବେଶ୍ ଲୋକପ୍ରିୟ ବି ହୋଇଗଲେଣି। ତେବେ ଆସନ୍ତୁ ଜାଣିବା ୨୦୧୯ର ବଲିଉଡ୍‌ରେ କିଛି ନୂଆ ମୁହଁ ସମ୍ପର୍କରେ।

ଅନନ୍ୟା ପାଣ୍ଡେ : ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେଙ୍କର ଝିଅ ଅନନ୍ୟା ଏ ବର୍ଷ କରଣ ଜୋହର୍‌ଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇଅର୍‌ ୨’ ଜରିଆରେ ଡେବ୍ୟୁ କରିଥିଲେ। ଏହା ପରେ ‘ପତି ପତ୍ନୀ ଔର୍‌ ୱୋ’ରେ ବି ତାଙ୍କୁ ଦେଖିବାକୁ ମିଳିଥିଲା।

ତାରା ସୁତାରିଆ: କରନ୍‌ ଜୋହର୍‌ଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇଅର୍‌ ୨’ରେ ଡେବ୍ୟୁ କରି ବରୁଣ ଧାବନ୍‌ଙ୍କ ଅପୋଜିଟ୍‌ରେ କାମ କରିଥିଲେ ତାରା। ଏହାପରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ‘ମରଜାୱାଁ’ ଫିଲ୍ମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା।
ସିଦ୍ଧାର୍ଥ ଚତୁର୍ବେଦୀ:  ଜୋୟା ଅଖତର୍‌ଙ୍କ ଫିଲ୍ମ ‘ଗଲି ବୟ’ ଥିଲା ସିଦ୍ଧାର୍ଥଙ୍କର ଡେବ୍ୟୁ ଫିଲ୍ମ। ଏହି ଫିଲ୍ମରେ ତାଙ୍କର ‘ଏମ୍‌ସି ଶେର୍‌’ ଚରିତ୍ରକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ।

ସାଇ ମଞ୍ଜ୍ରେକର: ସଲମାନ୍‌ ଖାନ୍‌ ତାଙ୍କ ଫିଲ୍ମ ‘ଦବଙ୍ଗ ୩’ରେ ସାଇଙ୍କୁ ଲଞ୍ଚ୍‌ କରିଥିଲେ। ସେ ହେଉଛନ୍ତି ଅଭିନେତା ଓ ନିର୍ଦ୍ଦେଶକ ମହେଶ ମଞ୍ଜ୍ରେକରଙ୍କ ଝିଅ। ଏହି ଫିଲ୍ମରେ ସେ ସଲ୍‌ମାନଙ୍କ ପ୍ରଥମ ପ୍ରେମିକାର ଭିନୟ କରିଥିଲେ। ଦର୍ଶକ ପରଦାରେ ସାଇଙ୍କୁ ବେଶ୍ ପସନ୍ଦ କରୁଛନ୍ତି। ବିଶେଷ କରି ସଲମାନ୍‌ ଓ ତାଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ବଲ ଲାଗିଛି।
ଅଭିମନ୍ୟୁ ଦଶାନି: ‘ମେନେ ପ୍ୟାର୍‌ କିୟା’ ଫିଲ୍ମରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ ହେଉଛନ୍ତି ଅଭିମନ୍ୟୁ। ଫିଲ୍ମ ‘ମର୍ଦ କୋ ଦର୍ଦ ନେହିଁ ହୋତା’ରୁ ସେ ଡେବ୍ୟୁ କରିଥିଲ॥ ଅବଶ୍ୟ ଫିଲ୍ମଟିକୁ ଏତେ ସଫଳତା ମିଳିନାହିଁ କିନ୍ତୁ ଅଭିମନ୍ୟୁଙ୍କ ଫ୍ୟାନ୍‌ ଫଲୋଇଂ ବେଶ୍ ବଢ଼ିଯାଇଛି।

କରନ୍ କପାଡିଆ:  ଅଭିନେତ୍ରୀ ଡିମ୍ପଲ୍‌ କପାଡ଼ିଆଙ୍କ ପୁତୁରା କରଣ ଫିଲ୍ମ ‘ବ୍ଲାଙ୍କ୍‌’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ ହେଉଛନ୍ତି ଡିମ୍ପଲଙ୍କ ଭଉଣୀ ସିମ୍ବଲ କପାଡ଼ିଆଙ୍କ ପୁଅ। ଅଭିନୟ ବ୍ୟତୀତ ସେ ‘ତଲାସ୍’ ଓ ‘ରାଭନ୍’ ପରି ଫିଲ୍ମରେ ସହ ନିର୍ଦ୍ଦେଶକ ଭାବେ କାମ କରିଥିଲେ।

ଜହିର୍‌ ଇକବାଲ୍‌ ଓ ପ୍ରନୁତନ ବହଲ୍‌: ସଲମାନ୍‌ ଖାନ୍‌ ତାଙ୍କ ପ୍ରଡକ୍ସନ୍‌ ହାଉସ୍‌ର ଫିଲ୍ମ ‘ନୋଟବୁକ୍‌’ ମାଧ୍ୟରେ ଏହି ଦୁଇ ନୂଆ ମୁହଁକୁ ବଲିଉଡ୍‌ରେ ଏଣ୍ଟ୍ରି କରାଇଥିଲେ। ଏହି ଫିଲ୍ମରେ ଦୁହେଁ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଜହିର୍‌ ହେଉଛନ୍ତି ସଲମାନ୍‌ଙ୍କର ବେଷ୍ଟ୍ ଫ୍ରେଣ୍ଡଙ୍କ ପୁଅ ଏବଂ ପ୍ରନୁତନ ହେଉଛନ୍ତି ଅଭିନେତା ମୋହନିଶ୍‌ ବହଲ୍‌ଙ୍କର ଝିଅ।

ବର୍ଦ୍ଧମାନ୍‌ ପୁରି ଓ ଶିବାଲିକା ଓବରଏ: ଦିବଙ୍ଗତ ଅଭିନେତା ଅମ୍ରିଶ୍‌ ପୁରୀଙ୍କର ନାତି ହେଉଛନ୍ତି ବର୍ଦ୍ଧମାନ୍ ପୁରି। ‘ୟେ ସାଲି ଆଶିକି’ ଜରିଆରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ଅପୋଜିଟ୍‌ରେ ଥିବା ଶିବାଲିକା ଓବରଏ। ସେ ମଧ୍ୟ ଏହି ଫିଲ୍ମରେ ତାଙ୍କ ସହିତ ଡେବ୍ୟୁ କରିଥିଲେ।

କରନ୍‌ ଦେଓଲ୍‌ ଓ ଶହୀର୍‌ ବମ୍ୱା: ବଲିଉଡ୍‌ ଅଭିନେତା ସନ୍ନି ଦେଓଲ୍‌ ତାଙ୍କ ପ୍ରଡକ୍ସନ୍‌ ହାଉସ୍‌ରେ ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ ଫିଲ୍ମ ଜରିଆରେ ପୁଅ କରନ୍‌ଙ୍କର ଡେବ୍ୟୁ କରାଇଥିଲେ। ଏଥିରେ ତାଙ୍କ ସହିତ ଥିବା ଅଭିନେତ୍ରୀ ଶହୀର୍‌ ବମ୍ୱାଙ୍କର ମଧ୍ୟ ଏହା ହେଉଛି ଡେବ୍ୟୁ ଫିଲ୍ମ। ଫିଲ୍ମଟିକୁ ସନ୍ନି ଦେଓଲ୍‌ ନିର୍ଦ୍ଦେଶନା ଦେଇଥିଲେ।

ମୀଜାନ୍‌ ଜାଫ୍ରୀ ଓ ଶରମିନ୍‌ ସେଗଲ୍‌: ବଲିଉଡ୍‌ ଅଭିନେତା ଜାଭେଦ୍‌ ଜାଫ୍ରୀଙ୍କ ପୁଅ ମୀଜାନ୍‌ ଜାଫ୍ରି ଓ ସଞ୍ଜୟ ଲୀଲା ଭଂଶାଲୀଙ୍କ ଝିଆରୀ ଶରମିନ୍‌ ସେଗଲ୍‌ ଫିଲ୍ମ ‘ମଲାଲ୍‌’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ।



from Odisha Reporter https://ift.tt/2PWpvmU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages