ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ଆଜି ରାଜ୍ୟର ୧୪ଟି ସହର ରହିଛି। ସେଥି ମଧ୍ୟରୁ ୫ ଡିଗ୍ରୀ ତାପମାତ୍ରା ସହ ଅନୁଗୋଳ ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ଉଭା ହୋଇଛି। ଗତ ୩ ଦିନ ଧରି ଲଗାତାର ଭାବେ ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହରର ପରିଚୟ ପାଇଥିଲା।
ଗତକାଲି ସୋନପୁର ତାପମାତ୍ରା ୫.୪ ଡିଗ୍ରୀ ଥିବା ବେଳେ ଆଜି ସୋନପୁର ତାପମାତ୍ରା ୫.୬ ରହିଛି। ସେହିପରି ଦାରିଙ୍ଗବାଡ଼ିର ତାପମାତ୍ରା ଆଜି ୬ ଡିଗ୍ରୀ , କେନ୍ଦୁଝର-୬.୨ ଡିଗ୍ରୀ ଓ ଫୁଲବାଣୀ ତାପମାତ୍ରା ୬.୫ ଡିଗ୍ରୀ ରହିଛି। ଏଥିସହ ଟିଟିଲାଗଡ଼ରେ ୮ଡିଗ୍ରୀ , ତାଳଚେର ୮.୬ ଡିଗ୍ରୀ, ସମ୍ବଲପୁର ୮.୬, ସୁନ୍ଦରଗଡ଼ ୯, ହୀରାକୁଦ ତାପମାତ୍ର ୯.୬ ଡିଗ୍ରୀ ରହିଛି।
ସେହିପରି କଟକ ତାପମାତ୍ରା ଆଜି ୯ ଡିଗ୍ରୀ ଥିବା ବେଳେ , ଭୁବନେଶ୍ୱରର ତାପମାତ୍ରା ୯.୮ ଡିଗ୍ରୀ, ବାଲେଶ୍ୱର ତାପମାତ୍ର ୯.୪ ଡିଗ୍ରୀ ରହିଛି।
ଉଲ୍ଲେଖଯୋଗ୍ୟ ଯେ, ବ୍ରହ୍ମପୁରରୁ ବାରିପଦା, କଳାହାଣ୍ଡିରୁ କୋରାପୁଟ୍ ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି । ଅପରାହ୍ନ ଯାଏ ସୂର୍ଯ୍ୟ ଦେବଙ୍କ ଦର୍ଶନ ମିଳୁନଥିବା ବେଳେ ରାତିରେ ପାରଦ ଖସିବା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ଲୋକେ ।
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଶୀତର ପ୍ରଭାବ କିଛିଟା ଅଧିକ ଅନୁଭୂତ ହୋଇଛି । ବଢ଼ୁଥିବା ଶୀତକୁ ଦେଖି ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ ଏହି ୮ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସେପଟେ ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ।
ବର୍ଷର ପ୍ରଥମ ଦିନରେ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ଦେବଗଡ଼ରେ ବର୍ଷା ସହ ୨ତାରିଖରେ ଦକ୍ଷିଣ ଓଡ଼ିଶାର ଗୋଟିଏ, ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ତା’ସହ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବି ବର୍ଷା ହୋଇପାରେ । ତେବେ ବର୍ଷା କମିବା ପରେ ରାଜ୍ୟରେ ପୁଣି ଶୀତ ପ୍ରକୋପ ବଢ଼ିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
from Odisha Reporter https://ift.tt/2QtENyM
No comments:
Post a Comment