ଟିଭି କ୍ୟାମେରାମ୍ୟାନ ହତ୍ୟା ଘଟଣାରେ ସଂପୃକ୍ତ ନକ୍ସଲ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 27, 2019

ଟିଭି କ୍ୟାମେରାମ୍ୟାନ ହତ୍ୟା ଘଟଣାରେ ସଂପୃକ୍ତ ନକ୍ସଲ ଗିରଫ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଗତ ବିଧାନସଭା ନିର୍ବାଚନ ସମୟରେ ଦନ୍ତେୱାଡା ଜିଲ୍ଲାର ନୀଲବାୟା ଗାଁ ଜଙ୍ଗଲରେ ଏକ ଟିଭି ଚ୍ୟାନେଲର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ଏବଂ ୫ ଜଣ ଯବାନଙ୍କୁ ନକ୍ସଲ ହତ୍ୟା କରିଥିଲେ। ଏହି ଘଟଣାରେ ଜଡ଼ିତ ଥିବା ନକ୍ସଲକୁ ଦନ୍ତେୱାଡା ପୁଲିସ୍ ଗତକାଲି ଗିରଫ କରିଛି। ଗିରଫ ନକ୍ସଲ ନାଁ କୋସା। ତା’ ନାଁରେ ସରକାର ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। କୋସା ନାଁରେ ଆହୁରି ୧୨ଟି ମାମଲା ରହିଥିବା ଜଣାପଡ଼ିଛି।

ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଆଉ ୫ ଜଣ ନକ୍ସଲ ମଧ୍ୟ ଦନ୍ତେୱାଡା ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ନକ୍ସଲ ସଙ୍ଗଠନରେ ବଢୁଥିବା ନିର୍ଯାତନା, ଭେଦଭାବକୁ ସହ୍ୟ ନକରି ନପାରି ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି। ସେମାନଙ୍କ ମଧ୍ୟରୁ ମାଡ଼କମ ଦେବା ନାମରେ ସରକାର ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ।



from Odisha Reporter https://ift.tt/2MzVlUF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages