ବାହୁଡ଼ିଲେ, ଉତ୍ପାତ କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 27, 2019

ବାହୁଡ଼ିଲେ, ଉତ୍ପାତ କଲେ

ଉଦଳା (ମାନସ ପାଣି): କାଲି ଆସି ବୁଲୁଥିଲେ, ଆତଙ୍କ ଚଳାଇଥିଲେ। ହେଲେ ବନ ବିଭାଗ ଘଉଡ଼ାଇବାରୁ ବାହୁଡି ଯାଇଥିଲେ । କିନ୍ତୁ ପୁଣି ରାତିରେ ଫେରି ଆସିଲେ। ଆଉ ଫେରି ଆସି ଉତ୍ପାତ ଆରମ୍ଭ କରିଛନ୍ତି ଏକ ୬ ଟିକିଆ ହାତୀପଲ। ଗତକାଲି  ହାତୀ ପାଦ ତଳୁ ଜଣେ ଯୁବକ ଅଳ୍ପକେ ବର୍ତ୍ତି ଥିବା ବେଳେ ଆଜି ଭୋରରୁ ଜଣେ ବୃଦ୍ଧା ହାତୀ ଆକ୍ରମଣରେ ଗୁରୁତର ହୋଇ ପଡ଼ିଛନ୍ତି। 

ହାତୀପଲ ଏବେ ଉଦଳା ବ୍ଲକ ଅଧୀନ କଇଁଫୁଲିଆ ବାଘୁଆହୁଡିରେ ରହିଛନ୍ତି।  ସେମାନେ ସକାଳୁ ନରହରିପୁର ଗ୍ରାମ ଦେଇ ପଶିବା ସମୟରେ ପାଣି ଆଣିବାକୁ ଯାଉଥିବା ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ବୃଦ୍ଧାଙ୍କ ଦୁଇ ଗୋଡ ଭାଙ୍ଗି ଯାଇଛି। ଆକ୍ରମଣର ଶିକାର ବୃଦ୍ଧା ଜଣକ ହେଲେ ନରହରିପୁର ଗ୍ରାମର ଚାନ୍ଦମଣି କିସ୍କୁ। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିସିା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ,  ମୟୂରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜ ଅଧୀନ ଦାମାସାହି ଗ୍ରାମରେ ଗତକାଲି ଏହି ହାତୀପଲ ପଶିଥିଲେ। ସେଠାରେ ଉତ୍ପାତ ମଚାଇ ବହୁ କ୍ଷୟକ୍ଷତି ଘଟାଇଥିଲେ।  ଏହା ପରେ ସନ୍ଧ୍ୟା ସମୟରେ ହାତୀଙ୍କୁ କୁଲଡିହାକୁ ଘଉଡାଇଥିଲା ବନବିଭାଗ। ହେଲେ ବିଳମ୍ୱିତ ରାତିରେ ପୁଣି ଉଦଳା ରେଞ୍ଜକୁ ବାହୁଡି ଆସିଥିଲେ।

 



from Odisha Reporter https://ift.tt/2Q5bJ1z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages