ବଣାଇ (ରଣଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ନରେନ୍ଦ୍ର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟାଟା ମ୍ୟାଜିକ୍ ଓ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ରାଉରକେଲା ଆରଜିଏଚ୍କୁ ସ୍ଥାନାନ୍ତର କରାଯାଇଛି। ଆହତମାନେ ଟାଟା ମ୍ୟାଜିକର ଡ୍ରାଇଭର ଓ ଯାତ୍ରୀ ବୋଲି ଜଣାପଡ଼ିଛି।
ଦୁର୍ଘଟଣା ପରେ ଡମ୍ପର ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ୍ ଡମ୍ପର ଓ ଟାଟା ମ୍ୟାଜିକ୍କୁ ଜବତ କରି ଓ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2RUVt4F
No comments:
Post a Comment