ନୂଆଦିଲ୍ଲୀ: ହାଇଦ୍ରାବାଦ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ପୁଲିସର ଏନକାଉଣ୍ଟରକୁ ବିରୋଧ କରି କରାଯାଇଥିବା ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ। ଆସନ୍ତା ୧୧ ତାରିଖରେ ଏହି ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ। ଏନକାଉଣ୍ଟରକୁ ବେଆଇନ ଦର୍ଶାଇ ଆଇନଜୀବୀ ଜିଏସ ମଣୀ ଏବଂ ପ୍ରଦୀପ କୁମାର ଯାଦବ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୁଲିସର କାର୍ଯ୍ୟଧାରାକୁ ବିରୋଧ କରି ଏନକାଉଣ୍ଟରରେ ସାମିଲ ଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ ଦାବି କରିଛନ୍ତି ଆବେଦନକାରୀ। ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ତେଲେଙ୍ଗାନା ପୁଲିସ ୨୦୧୪ରେ ଅଦାଲତ ଦେଇଥିବା ରାୟକୁ ଅବମାନନା କରିଛନ୍ତି ବୋଲି ଆବେଦନକାରୀ କୋର୍ଟରେ ଦର୍ଶାଇଛନ୍ତି।
Supreme Court to hear on December 11 a petition seeking registration of FIR, investigation and action against police personnel involved in encounter of four accused in rape and murder of woman veterinarian in Telangana. pic.twitter.com/W4GT3CLjhY
— ANI (@ANI) December 9, 2019
ମହିଳା ଭେଟେନାରୀ ଡାକ୍ତରଙ୍କୁ ହୋଇଥିବା ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ପୁଲିସ୍ ଗତ ୬ ତାରିଖରେ ଏନକାଉଣ୍ଟର କରିଛି। ଅଭିଯୁକ୍ତମାନେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତରେ ଥିଲେ। ଘଟଣାସ୍ଥଳକୁ ରିକ୍ରିଏସନ ପାଇଁ ଶୁକ୍ରବାର ଭୋର ୩ଟା ସମୟରେ ଅଭିଯୁକ୍ତଙ୍କୁ ଆଣିଥିଲା ପୁଲିସ। ହେଲେ ସେଠାରେ ଅଭିଯୁକ୍ତମାନେ ପୁଲିସ ପାଖରୁ ବନ୍ଧୁକ ଛଡ଼ାଇ ନେଇ ଆକ୍ରମଣ କରିଥିଲେ। ଜବାବରେ ପୁଲିସ ଅଭିଯୁକ୍ତଙ୍କ ଉପରକୁ ଏନକାଉଣ୍ଟର କରିଥିଲା ବୋଲି ସାଇବରାବାଦ ପୁଲିସ କମିଶନର ଭିସି ସଜ୍ଜନର କହିଥିଲେ।
ପୁଲିସର ଏନକାଉଣ୍ଟର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି କିଛି ମାନବାଧିକାର ସଂଗଠନ ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଅଭିଯୁକ୍ତଙ୍କ ଶବକୁ ୯ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ହାଇଦ୍ରାବାଦ ଦୁଷ୍କର୍ମ ଘଟଣାରେ ପୁଲିସର ଏନକାଉଣ୍ଟରକୁ କିନ୍ତୁ ଅନେକ କ୍ଷେତ୍ରରେ ମଧ୍ୟ ପ୍ରଶଂସା କରାଯାଇଛି।
from Odisha Reporter https://ift.tt/2LEoFce
No comments:
Post a Comment