ଥାନା ଅଧିକାରୀ କହି ବଟି ଆଦାୟ କରୁଥିଲେ ହୋମ ଗାର୍ଡ ; ଧରାପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 27, 2019

ଥାନା ଅଧିକାରୀ କହି ବଟି ଆଦାୟ କରୁଥିଲେ ହୋମ ଗାର୍ଡ ; ଧରାପଡ଼ିଲେ

ମାଲକାନଗିରି(ଜିତେନ୍ଦ୍ର ବେଉରା): ନିଜକୁ ଥାନା ଅଧିକାରୀର ପରିଚୟ ଦେଇ ବଟି ଆଦାୟ କରୁଥିବା ଅଭିଯୋଗରେ ଜଣେ ହୋମଗାର୍ଡ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ମାଲକାନଗିରି ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ ସୁଜନ ମଜୁମଦାର,  ଜଗନ୍ନାଥ ମଣ୍ଡଳ ଓ ବିଦୁ ସାହା । ସୁଜନଙ୍କ ଘର ମାଲକାନଗିରି ଥାନା ଅନ୍ତର୍ଗତ ପିଟାକାଟା ଗାଁରେ, ଜଗନ୍ନାଥଙ୍କ ଘର ମାରିବେଡା ଗ୍ରାମରେ, ବିଦୁଙ୍କ ଘର ଏମ.ଭି-୨୩ ଗାଁରେ।  ବିଦୁ ମାଲକାନଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ।

ସୂଚନାଯୋଗ୍ୟ, ଡିସେମ୍ବର ୮ ତାରିଖରେ ବିଦୁ ଓ ତାର ଦୁଇ ସହଯୋଗୀ ନିଜକୁ ଥାନା ଅଧିକାରୀ ବୋଲି ପରିଚୟ ଦେଇ କତାପାଲ୍ଲୀ ଗାଁର ଆନନ୍ଦ ପାଙ୍ଗି ନାମକ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ। ସେଠାରେ ସେ ଗଞ୍ଜେଇ ଚାଷ ଏବଂ ଗଞ୍ଜେଇ ବେପାର କରୁଥିବାରୁ ଗିରଫ କରିବାର ଧମକ ଦେଇଥିଲେ। ହେଲେ ୧ ଲକ୍ଷ ୧୦ ହଜାର ଟଙ୍କା ଦେଲେ କଥା ଫାଇନାଲ୍‌ କରିଦେବେ ବୋଲି ତାଙ୍କୁ କହିଥିଲେ।  ଏହା ଶୁଣି ଆନନ୍ଦ ସେମାନଙ୍କୁ ସେହି ଦିନ ୧୦ ହଜାର ଟଙ୍କା ଦେଇଥିଲେ। ଆଉ  ବାକି ୧ ଲକ୍ଷ ଟଙ୍କା ଡିସେମ୍ବର ୨୫ ତାରିଖରେ ଦେବେ ବୋଲି କହିଥିଲେ।

ଏହାପରେ ଏହି ୩ ଅଭିଯୁକ୍ତ ପୁଣି ଥରେ ୨୫ ତାରିଖରେ ଲକ୍ଷେ ଟଙ୍କା ମାଗିବାକୁ ଯାଇଥିଲେ। ତେବେ ସନ୍ଦେହ ହେବାରୁ ଗାଁ ଲୋକେ ଏକତ୍ରିତ ହୋଇ ସେମାନଙ୍କୁ ପଚରାଉଚରା କରିଥିଲେ। ଏହା ଦେଖି ସେମାନେ ସେଠାରୁ ପଳାଇ ଯାଇଥିଲେ। ଅନ୍ୟପକ୍ଷରେ ସେମାନେ ଯାଇଥିବା ଏକ ବୋଲେରୋ ଗାଡି ନମ୍ବରକୁ  ନୋଟ୍‌ କରି ଗାଁ ଲୋକେ ଥାନାରେ ଏତଲା ଦେଇଥିଲେ। ଏହାପରେ ଓରକେଲ ପୁଲିସ୍‌ ସେମାନଙ୍କୁ ଗତକାଲି ଗିରଫ କରିଥିଲା। ଏଥିସହ ସେମାନଙ୍କୁ ନାଁରେ ପୁଲିସ୍‌ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି।

 

 



from Odisha Reporter https://ift.tt/2QqcbX7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages