ପରଦାକୁ ଆସିବେ ନୂଆ ଯୋଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 21, 2019

ପରଦାକୁ ଆସିବେ ନୂଆ ଯୋଡ଼ି

ମୁମ୍ବାଇ: ବଲିଉଡ୍‌ରେ ଚଳିତ ବର୍ଷ ଅନେକ ନୂଆ ନୂଆ ଯୋଡ଼ିଙ୍କୁ ଦେଖିବାକୁ ମିଳିଛି। କିଛି ଯୋଡ଼ି ପରଦାରେ ସୁପର୍‌ହିଟ୍‌ ହେଉଛନ୍ତି ତ କିଛି ଫ୍ଲପ୍ ହୋଇଛନ୍ତି।  ତେବେ ଆଗକୁ ଆଉ ଏକ ଜବରଦସ୍ତ ନୂଆ ଯୋଡ଼ିକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ପ୍ରଥମଥର ପାଇଁ ଏକାଠି ସେମାନେ ସ୍କ୍ରିନ୍‌ ଶେଆର କରିବାକୁ ଯାଉଛନ୍ତି। ସେମାନେ ହେଲେ ରଣବୀର କପୁର ଓ ଶ୍ରଦ୍ଧା କପୁର। ତେବେ ଏଥିପାଇଁ ଦର୍ଶକମାନଙ୍କୁ ବର୍ଷେରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ।

ଫିଲ୍ମ ନିର୍ମାତା ଲଭ୍‌ ରଞ୍ଜନ ନିଜ ଆଗାମୀ ପ୍ରୋଜେକ୍ଟରେ ରଣବୀର ଓ ଶ୍ରଦ୍ଧାଙ୍କୁ ନେବା ପାଇଁ ଘୋଷଣା କରିଛନ୍ତି। ତେବେ ଫିଲ୍ମର ନାଁ ଓ କାହାଣୀ ବିଷୟରେ କିଛି ସୂଚନା ମିଳିନାହିଁ। ଏହି ଫିଲ୍ମଟିକୁ ଲଭ୍ ରଞ୍ଜନ ଓ ଅଙ୍କୁର ଗର୍ଗ ମିଶି ତିଆରି କରିବେ। ଲଭ୍ ଫିଲ୍ମର ଅଫିସିଆଲ୍ ଟ୍ୱିଟର ପେଜ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଫିଲ୍ମଟି ୨୦୨୧ ମାର୍ଚ୍ଚ ୨୬ ତାରିଖରେ ରିଲିଜ୍ ହେବ। ଏହାର ଶୁଟିଂ ୨୦୨୦ ଜାନୁଆରୀରୁ ଆରମ୍ଭ ହେବ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଏହି ଫିଲ୍ମରେ ଅଜୟ ଦେବ୍‌ଗନ୍‌ ମଧ୍ୟ ଅଭିନୟ କରିବାର ଥିଲା। କିନ୍ତୁ କୌଣସି ବ୍ୟକ୍ତିଗତ କାରଣରୁ ସେ ଏଥିରୁ ଓହରିଯାଇଛନ୍ତି। ଲଭ୍‌ ରଞ୍ଜନ ୨ ବର୍ଷ ପୂର୍ବେ ଏହି ପ୍ରୋଜେକ୍ଟର ଆରମ୍ଭ କରି ଦେଇଥିଲେ। ହେଲେ ଅଜୟ ଫିଲ୍ମରୁ ବାହାରିଯିବା ପରେ ପ୍ରୋଜେକ୍ଟଟି ବନ୍ଦ ହୋଇଗଲା ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ଗତ ସପ୍ତାହରେ ନିର୍ମାତା ସ୍ପଷ୍ଟ କରିଥିଲେ ଯେ ଏ ପ୍ରୋଜେକ୍ଟର କାମ ଜାରି ରହିଛି। ତା’ସହିତ ଫିଲ୍ମରେ ରଣବୀର ଓ ଶ୍ରଦ୍ଧାଙ୍କୁ ଦେଖିବାକୁ ମିଳିବ ବୋଲି ଘୋଷଣା କରିଥିଲେ।

ଲଭ୍‌ ଫିଲ୍ମସ ‘ସୋନୁ କୀ ଟିଟୁ କୀ ସ୍ୱିଟି’, ‘ପ୍ୟାର୍‌ କା ପଞ୍ଚନାମା’ ‘ଦେ ଦେ ପ୍ୟାର୍‌ ଦେ’, ‘ଆକାଶ ବାଣୀ’ ପରି ଚଳଚ୍ଚିତ୍ର ଦେଇଛି। ରଣବୀର ଓ ଶ୍ରଦ୍ଧାଙ୍କ ଫିଲ୍ମ ବି ହିଟ୍‌ ହେବ ବୋଲି ଏହି ପ୍ରଯୋଜନା ସଂସ୍ଥା ଆଶା ରଖିଛି।

ସୂଚନା ଅନୁଯାୟୀ, ରଣବୀର ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଓ ‘ଶମଶେରା’କୁ ନେଇ ବ୍ୟସ୍ତ ଥିବାବେଳେ ଶ୍ରଦ୍ଧା ‘ଷ୍ଟ୍ରିଟ୍ ଡ୍ୟାନ୍‌ସର୍‌’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି।



from Odisha Reporter https://ift.tt/2tA33HA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages