ପୁରୀରେ ଘନ କୁହୁଡ଼ି; ନୀଳଚକ୍ର ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 21, 2019

ପୁରୀରେ ଘନ କୁହୁଡ଼ି; ନୀଳଚକ୍ର ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ

ପୁରୀ(ମଧୁସୂଦନ ମିଶ୍ର): ଆଜି ପୁରୀରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଫଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ହଇରାଣ ହୋଇଛନ୍ତି। କୁହୁଡ଼ିରେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଭାବେ ଲୁଚିଯାଇଥିବା ବେଳେ ନୀଳଚକ୍ର ଦର୍ଶନରୁ ହଜାର ହଜାର ଭକ୍ତ ବଞ୍ଚିତ ହୋଇଛନ୍ତି। ବଡ଼ ଦେଉଳ, ଜଗମୋହନ, ନାଟମଣ୍ଡପ ସହ ଭୋଗମଣ୍ଡପ ମଧ୍ୟ କୁହୁଡ଼ିରେ ଲୁଚିଯାଇଛି। ଏମିତିକି ସିଂହଦ୍ଵାର ସହିତ ତିନିଦ୍ୱାରର ଗୁମୁଟ ମଧ୍ୟ ବାହାରକୁ ଦୃଶ୍ୟମାନ ହେଉ ନ ଥିଲା।

ସକାଳ ସାଢେ ସାତଟା ପର୍ଯ୍ୟନ୍ତ ବି ବଡ଼ଦାଣ୍ଡରେ ଯାନବାହନ ଗୁଡ଼ିକରେ ଲାଇଟ ଲଗାଇ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା। ଗତକାଲି ଅପେକ୍ଷା ଆଜି ବହୁଗୁଣରେ ଅଧିକ କୁହୁଡି ଅନୁଭୂତ ହୋଇଛି। ଘନକୁହୁଡି ଯୋଗୁ ପୁରୀରେ ଜୀବନଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି।



from Odisha Reporter https://ift.tt/34Rdh3z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages