ଜଳିଗଲା ୨୦୦ କ୍ୱିଣ୍ଟାଲ ଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 21, 2019

ଜଳିଗଲା ୨୦୦ କ୍ୱିଣ୍ଟାଲ ଧାନ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍‌ ଯୋଗିସୁର୍ଡ଼ା ଗାଁରେ ସଦାନନ୍ଦ ପଧାନଙ୍କ ଖଳାରେ ନିଆଁ ଲାଗିବାରୁ ପ୍ରାୟ ୨୦୦ କ୍ୱିଣ୍ଟାଲ ଧାନ ପୋଡ଼ି ନଷ୍ଟ ହୋଇଯାଇଛି।

ଏହି ଖଳାରେ ସଦାନନ୍ଦଙ୍କ ସହିତ ଗାଁର ଆଉ ୪ ଜଣ ଚାଷୀ ଧାନ ବିଡ଼ା ରଖିଥିଲେ। ହେଲେ ଗତକାଲି ବିଳମ୍ୱିତ ରାତିରେ କେହି ଦୁବୃର୍ତ୍ତ ଖଳାରେ ନିଆଁ ଲଗାଇ ଦେଇଥିଲା। ଆଜି ସକାଳେ ଖଳାରେ ନିଆଁ ଜଳୁଥିବା ଦେଖି ଗାଁଲୋକେ ସଙ୍ଗେ ସଙ୍ଗେ ଲୋଇସିଂହା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚିଲା ବେଳକୁ ସବୁ କିଛି ପୋଡ଼ିଯାଇ ଛାରଖାର ହୋଇଯାଇଥିଲା।

ଏହି ଅଗ୍ନିକାଣ୍ଡରେ ପାଞ୍ଚ ଜଣ ଚାଷୀଙ୍କ ପ୍ରାୟ ୨୦୦ କ୍ୱିଣ୍ଟାଲ ଧାନ ପୋଡ଼ି ଛାରଖାର ହୋଇଯାଇଥିବା ଅନୁମାନ କରାଯାଉଛି। ବର୍ଷକର ଝାଳବୁହା ପରିଶ୍ରମର ଫଳ ପୋଡ଼ି ଯାଇଥିବାରୁ ଚାଷୀ ମାନେ ହତାଷ ହୋଇଯାଇଛନ୍ତି। ତେବେ ଏ ନେଇ ସେମାନଙ୍କୁ କି ପ୍ରକାର ସହାୟତା ଯୋଗାଇ ଦିଆଯାଇ ପାରିବ, ସେ ସଂପର୍କରେ ପ୍ରଶାସନର ମତାମତ ମିଳି ପାରିନାହିଁ।



from Odisha Reporter https://ift.tt/2PJGxVs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages