ଜଣେ ବଲିଉଡ୍‌ ଅଭିନେତାଙ୍କୁ ଡେଟ୍ କରୁଛନ୍ତି କୃତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 16, 2019

ଜଣେ ବଲିଉଡ୍‌ ଅଭିନେତାଙ୍କୁ ଡେଟ୍ କରୁଛନ୍ତି କୃତି

ମୁମ୍ବାଇ: ନୂଆ ନୂଆ ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୃତି ଖରବନ୍ଦା। ଜଣେ ବଲିଉଡ୍‌ ଅଭିନେତାଙ୍କ ପ୍ରେମରେ ସେ ପଡ଼ିଛନ୍ତି। ଦୁହେଁ ଏକାଠି ଫିଲ୍ମ ମଧ୍ୟ କରିଛନ୍ତି। ନିକଟରେ ସେମାନଙ୍କ ଫିଲ୍ମ ବେଶ୍ ହିଟ୍‌ ହୋଇଥିଲା। ଜାଣିପାରିଲେ ତ ସେ କିଏ? ଆମେ କହୁଛୁ ଅଭିନେତା ପୁଲକିତ୍‌ ସମ୍ରାଟଙ୍କ କଥା। ଆଜ୍ଞା ହଁ, କୃତି ଓ ପୁଲିକିତ୍‌ ଏବେ ପରସ୍ପରକୁ ଡେଟ୍‌ କରୁଛନ୍ତି।

ଗତ ମାସରେ କୃତି ଓ ପୁଲ୍‌କିତ୍‌ଙ୍କ ଫିଲ୍ମ ‘ପାଗଲପନ୍ତି’ ରିଲିଜ୍ ହୋଇଥିଲା। କୁହାଯାଉଛି, ଏହି ଫିଲ୍ମର ଶୁଟିଂ ସେଟ୍‌ରୁ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଛି। ଦୁହିଁଙ୍କୁ ଅନେକଥର ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି। ନିକଟରେ କୃତି ନିଜର ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ମଧ୍ୟ ପୁଲକିତ୍‌ଙ୍କ ସହ ପହଞ୍ଚିଥିଲେ। ଏହାର କିଛି ଫଟୋ ଦୁହେଁ ନିଜ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଶେଆର କରିଛନ୍ତି। ଆଉ ଏହି ଫଟୋଗୁଡ଼ିକୁ ଦେଖିଲେ ଆପଣ ଜାଣିଯିବେ ଯେ ସେମାନେ ପରସ୍ପରକୁ କେତେ ଭଲପା’ନ୍ତି।

ତା’ସହିତ ନିକଟରେ ପୁଲ୍‌କିତଙ୍କ ସହ ତାଙ୍କ ସମ୍ପର୍କକୁ ନେଇ କୃତି ସର୍ବସମ୍ମୁଖରେ ଘୋଷଣା କରିଥିଲେ। ସେ କହିଥିଲେ, “ଏସବୁ କେବଳ ଶୁଣାକଥା ନୁହେଁ। ଆମେ ପରସ୍ପରକୁ ଡେଟ୍‌ କରୁଛୁ। ମୁଁ ଚାହେଁ ଯେ ମୋ ମାତାପିତାଙ୍କର ବି ଜାଣିବା ଦରକାର ଯେ ମୁଁ କାହାକୁ ଡେଟ୍‌ କରୁଛି। ବେଳେବେଳେ ଲାଗେ ଯେ ନିଜ ସମ୍ପର୍କକୁ ନେଇ ନିଶ୍ଚିତ ହେବାକୁ ୫ ବର୍ଷ ଲାଗିବ ଓ ବେଳେ ବେଳେ ଲାଗେ ଯେ ନାଇଁ ୫ ମାସ ଲାଗିବ। ତେଣୁ ଆମକୁ କେବଳ ୫ ମାସ ହିଁ ଲାଗିଥିଲା। ମୁଁ ବହୁତ ଖୁସି ଓ ମୋତେ ସର୍ବସମ୍ମୁଖରେ ଏହାକୁ ସ୍ୱୀକାର କରିବାକୁ କୌଣସି ଆପତ୍ତି ନାହିଁ ଯେ ମୁଁ ପୁଲକିତ୍‌ ସମ୍ରାଟଙ୍କୁ ଭଲପାଏ।”



from Odisha Reporter https://ift.tt/2RYwqO3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages