ସ୍ୱର ଉଠାଇବାକୁ ସନ୍ନିଙ୍କ ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 21, 2019

ସ୍ୱର ଉଠାଇବାକୁ ସନ୍ନିଙ୍କ ଆହ୍ୱାନ

ମୁମ୍ବାଇ: ବେଶ୍ କିଛି ଦିନ ଧରି ବଲିଉଡ୍‌ରେ ‘ମି ଟୁ’ ଅଭିଯାନ ଚାଲିଥିଲା। ଏଥିରେ କିଛି ଅଭିନେତ୍ରୀ ଓ ଗାୟିକା ସାମିଲ ହୋଇ ସେମାନେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ ବୋଲି କହିଥିଲେ। ସେମାନଙ୍କ ଅଭିଯୋଗ ପରେ କିଛି କଳାକାର ତଥା ଫିଲ୍ମ ଜଗତ ସହିତ ଜଡ଼ିତ ବ୍ୟକ୍ତି ଅଡ଼ୁଆରେ ପଡ଼ିଥିଲେ। ମଝିରେ ମଝିରେ କେହି କେହି କେମିତି ଏହି ଭଳି ଅଭିଯୋଗ ଆଣୁଥିବା ବେଳେ କର୍ମକ୍ଷେତ୍ରରେ ହେଉଥିବା ଶୋଷଣ ବିରୋଧରେ ମହିଳାମାନେ ସ୍ୱର ଉଠାଇବା ପାଇଁ ଆହ୍ୱାନ ଦେଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନ। ସେ କାହା ବିରୋଧରେ ଅଭିଯୋଗ ଆଣି ନାହାନ୍ତି କି କେବେ ଯୌନ ଶୋଷଣର ଶିକାର ହୋଇ ନାହାନ୍ତି। ତେବେ କର୍ମକ୍ଷେତ୍ରରେ ହେଉଥିବା ଶୋଷଣ ବିରୋଧରେ କେମିତି ସ୍ୱର ଉଠାଇବାକୁ ହେବ, ସେ ନେଇ ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। 

ଏହି ଭିଡିଓରେ ସେ ଏକ ଛୋଟ କାହାଣୀ କହିବା ସହ ସଚେତନତାର ବାର୍ତ୍ତା ଦେଇଛନ୍ତି। ଭିଡିଓର କ୍ୟାପସନ୍‌ରେ ସେ ଲେଖିଛନ୍ତି, ୱାର୍କପ୍ଲେସ୍‌ ବା କର୍ମକ୍ଷେତ୍ରରେ ଶୋଷଣର ମୁକାବିଲା କରିବା କଷ୍ଟକର। କିନ୍ତୁ ଜଣେ ଏହାକୁ ପ୍ରତିରୋଧ କରିବା ଉଚିତ୍। ଆପଣଙ୍କୁ ସମର୍ଥନ କରୁଥିବା ବସ୍ ଖୋଜନ୍ତୁ।’ 

ସନ୍ନି ପୋଷ୍ଟ କରିଥିବା ଭିଡିଓରେ କହିଛନ୍ତି ଯେ ଯଦି କେହି ଶୋଷଣ କରିବା ପାଇଁ ତାଙ୍କ କ୍ଷମତା ଓ ପଦପଦବୀର ଦୁରୁପଯୋଗ କରୁଛନ୍ତି, ତା’ହେଲେ ଶୋଷଣର ଶିକାର ହେଉଥିବା ମହିଳା ଚୁପ୍‌ ନ ରହି ଉପରିସ୍ଥ ଅଧିକାରୀ କିମ୍ବା ସହକର୍ମୀଙ୍କ ସହ ଆଲୋଚନା କରିବା ଆବଶ୍ୟକ। ଏହି ପ୍ରେରଣାଦାୟୀ  ଭିଡିଓରେ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବା ଜଣେ ଯୁବତୀ ଅନ୍ୟ ଜଣେ ବସ୍‌ଙ୍କ ସହାୟତା ନେଇ କିପରି ସମସ୍ୟାର ସମାଧାନ କଲେ ଏବଂ ନିଜକୁ ସୁରକ୍ଷିତ କଲେ, ତାହା ଦର୍ଶାଯାଇଛି।

ସୂଚନାଯୋଗ୍ୟ, ଆଗକୁ ୱେବ୍‌ ସିରିଜ୍‌ ରାଗିଣୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌ ସିଜିନ୍‌ ୨ରେ ସନ୍ନି ନଜର ଆସିବେ। ଏହା ବ୍ୟତୀତ ସେ ହରର୍‌ କମେଡି ଫିଲ୍ମ କୋକାକୋଲାରେ ମଧ୍ୟ ନଜର ଆସିବେ। ଏସବୁ ବାଦ୍‌ ସନ୍ନି ମାଲାୟଲମ୍‌ ଫିଲ୍ମ ବିରାମାଦେବୀ ରଙ୍ଗିଲାରେ ମଧ୍ୟ ଅଭିନୟ କରିବେ ବୋଲି ଜଣାପଡ଼ିଛି।   

 



from Odisha Reporter https://ift.tt/2scXC0V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages