ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର ସିଂହଙ୍କ ଫିଲ୍ମ ‘ଗଲି ବୟ’ ୨୦୨୦ ଓସ୍କାର ଦୌଡରୁ ବାଦ୍ ପଡ଼ିଛି। ବଲିଉଡ୍ ପକ୍ଷରୁ ଏହାକୁ ୯୨ତମ ଏକାଡେମୀ ଆୱାର୍ଡ଼ ପାଇଁ ପଠାଯାଇଥିଲା। ଏହାର ଏଣ୍ଟ୍ରି ବେଷ୍ଟ ଇଣ୍ଟରନ୍ୟାଶନାଲ ଫିଚର ଫିଲ୍ମ କାଟାଗୋରୀରେ କରାଯାଇଥିଲା। ହେଲେ ଏବେ ଏହା ଓସ୍କାର ଦୌଡ଼ରୁ ବାହାରିବା ପରେ ସାରା ଦେଶ ଦୁଃଖି ହୋଇଛି। ହେଲେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ୍ କିନ୍ତୁ ଏହାର ମଜା ଉଡ଼ାଇଛନ୍ତି।
This film is based on Hollywood film 8 Mile, yahan ke movie mafia chatukar critics ke chaatne se kya hota hai, it’s not original content like Uri and Manikarnika, why Hollywood will give award to a film which is copied from their film ? pic.twitter.com/vSVeVHVaUB
— Rangoli Chandel (@Rangoli_A) December 17, 2019
ରଙ୍ଗୋଲି ଲେଖିଛନ୍ତି, ‘ଫିଲ୍ମ ‘ଗଲିବୟ’ ହଲିଉଡ୍ ଫିଲ୍ମ ‘8 mile’ ଏଠିକାର ମୁଭି ମାଫିଆ ତେଲିଆ କ୍ରିଟିକ୍ସଙ୍କୁ ତେଲ ମାରିଲେ କ’ଣ ହେବ। ଏହା ‘ଉରୀ’ କିମ୍ବା ‘ମିକର୍ଣ୍ଣିକା’ ପରି ଅରିଜିନାଲ୍ ବିଷୟବସ୍ତୁ ନୁହେଁ। ହଲିଉଡ ଏପରି ଫିଲ୍ମକୁ କ’ଣ ପାଇଁ ଆୱାର୍ଡ଼ ଦେବାକୁ ଚାହିଁବ ଯାହାକି ତାଙ୍କର ଫିଲ୍ମରୁ କପି ହୋଇଛି।’
ଏହା ପ୍ରଥମଥର ନୁହେଁ ଯେବେ ରଙ୍ଗୋଲି ଏଭଳି ବିବାଦୀୟ ବୟାନ୍ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଅନେକଥର ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ କଟାକ୍ଷ କରିବା ସହ ବିବାଦୀୟ ବୟାନ୍ ମଧ୍ୟ ଦେଇଛନ୍ତି। କିଛିଦିନ ତଳେ ସେ ଆଲିଆଭଟ୍ଟଙ୍କୁ ନେଇ ମଧ୍ୟ ଏବଳି ଏକ ଟ୍ୱିଟ୍ କରିଥିଲେ।
Chalo itni honesty toh hai ki yeh kaam chup ke kar rahi ho, sabke samne nahin, achcha laga kuch toh bacha hai andar abhi bhi jo rok raha hai 😁 https://t.co/bF8jlSgp6E
— Rangoli Chandel (@Rangoli_A) December 8, 2019
ନିକଟରେ ଆଲିଆଙ୍କ ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ସେ ଆୱାର୍ଡ଼ ଫଙ୍କସନ୍ ଆରମ୍ଭ ହେବା ପୂର୍ବରୁ ହାତରେ ବେଷ୍ଟ ଆକ୍ଟ୍ରେସ୍ର ଆୱାର୍ଡ଼ ଧରି ଯାଉଥିଲେ। ତେବେ ଏହି ଭିଡିଓକୁ ୱିଟର୍ରେ ପୋଷ୍ଟ କରି ରଙ୍ଗୋଲି ଆଲିଆଙ୍କ ଉପରେ ଆୱାର୍ଡ଼ ଫିକ୍ସିଂର ଅଭିଯୋଗ କରିଥିଲେ।
from Odisha Reporter https://ift.tt/2tuDzeS
No comments:
Post a Comment