ବିବାହ କଲେ ୬୭ ବର୍ଷର ବର ଏବଂ ୬୫ ବର୍ଷର କନ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 29, 2019

ବିବାହ କଲେ ୬୭ ବର୍ଷର ବର ଏବଂ ୬୫ ବର୍ଷର କନ୍ୟା

ଥିରୁଅନନ୍ତପୁରମ: ପ୍ରେମ କେବେ ବୟସ ମାନେନା। ଆଉ ବିବାହ ପାଇଁ ବୟସର ମାପଦଣ୍ଡ ନାହିଁ। ଯଦି ବିବାହ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଇଚ୍ଛାଶକ୍ତି ଓ ବୁଝାମଣା ଠିକ୍ ରହିଛି ତା’ହେଲେ ପରିଣତ ବୟସରେ ବି ବିବାହ କରିହେବ। ଶନିବାର ଏଭଳି ବିବାହ ହୋଇଛି କେରଳର ତ୍ରିଶୁରରେ। ଏହି ବିବାହ ଉତ୍ସବରେ ବରକନ୍ୟା ସଜେଇ ହୋଇ ବସିଥିବା ବେଳେ ପରସ୍ପରକୁ କିସ୍ ମଧ୍ୟ କରିଥିଲେ। ବିବାହ ପୂର୍ବରୁ ମେହେନ୍ଦି ମଧ୍ୟ ହୋଇଥିଲା। ପାରମ୍ପରିକ ରୀତି ଅନୁସାରେ ହୋଇଥିବା ଏହି ବିବାହରେ ସ୍ଥାନୀୟ ଜିଲ୍ଲାପାଳ ଏସ ଶାନବାସ ଏବଂ କେରଳର କୃଷିମନ୍ତ୍ରୀ ବିଏସ ଶିବକୁମାର ଯୋଗ ଦେଇଥିଲେ।

ତ୍ରିଶୁରରେ ରାମବର୍ମପୁରମରେ ଏହି ବୃଦ୍ଧାଶ୍ରମ ରହିଛି। ଏହି ବୃଦ୍ଧାଶ୍ରମରେ କୋଛାନିଆନ ମେନନ (ବର) ଏବଂ ଲକ୍ଷ୍ମୀ ଅମ୍ମାଲ(କନ୍ୟା) ଉଭୟଙ୍କ ପରିବାର ତାଙ୍କୁ ଦୂରେଇ ଦେବା ପରେ ବୃଦ୍ଧାଶ୍ରମରେ ରହୁଥିଲେ। ଉଭୟଙ୍କ ବୟସ ଯଥାକ୍ରେମ ୬୭ ଏବଂ ୬୫। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ପରସ୍ପରକୁ ଏହି ବୃଦ୍ଧାଶ୍ରମକୁ ଆସିବା ପୂର୍ବରୁ ଜାଣିଥିଲେ। କାରଣ ଲକ୍ଷ୍ମୀଙ୍କ ମୃତ ସ୍ୱାମୀଙ୍କର ସହଯୋଗୀ ଭାବରେ କୋଛାନିଆନ କାମକରୁଥିଲେ।

କୋଛାନିଆନଙ୍କୁ ତାଙ୍କ ପରିବାର ଲୋକେ ଛାଡ଼ିଦେବା ପରେ ସେ ଏହି ବୃଦ୍ଧାଶ୍ରମକୁ ଚାଲିଆସିଥିଲେ। ସେହିପରି ଲକ୍ଷ୍ମୀଙ୍କ ସ୍ୱାମୀଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଏହି ବୃଦ୍ଧାଶ୍ରମରେ ଛାଡ଼ି ଦେଇଥିଲେ। ଉଭୟ ଗୋଟିଏ ବୃଦ୍ଧାଶ୍ରମରେ ରହିବା ପରେ ପରସ୍ପର ସହ ଦେଖା ସାକ୍ଷାତ ହୋଇଥିଲା। ଆଉ ଦୁଇ ଜଣଙ୍କ ମଧ୍ୟରେ ଗଢ଼ିଉଠିଥିବା ସମ୍ପର୍କ ପ୍ରେମରେ ପରିଣତ ହେବା ପରେ ବିବାହ କରିବାକୁ ଦୁହେଁ ନିଷ୍ପତ୍ତି ନେଇଥିଲେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2MH1deV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages