ପ୍ରସୂତୀଙ୍କୁ ଲାଞ୍ଚ ମାଗି ୨ ନିଲମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 29, 2019

ପ୍ରସୂତୀଙ୍କୁ ଲାଞ୍ଚ ମାଗି ୨ ନିଲମ୍ବିତ

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରସବ ପାଇଁ ଆସିଥିବା ମହିଳାଙ୍କ ସ୍ୱାମୀଙ୍କଠାରୁ ଲାଞ୍ଚ ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳ ମନୀଷା ବାନାର୍ଜୀ ଏହି ଘଟଣାରେ ଜଣେ ଷ୍ଟାଫ୍ ନର୍ସ ଓ ଜଣେ ସୁଇପରକୁ ନିଲମ୍ବିତ କରିଥିବା ବେଳେ ଆଉ ଜଣେ ସୁଇପରକୁ ବହିଷ୍କାର କରିଛନ୍ତି ।

ବୌଦ୍ଧ ଅଞ୍ଚଳର ରମେଶ ବାଘଙ୍କ  ପତ୍ନୀ ପ୍ରସବ ନିମନ୍ତେ ଗତ ଶନିବାର ହସ୍ପିଟାଲକୁ ଆସିଥିଲେ। ହେଲେ ହସ୍ପିଟାଲ୍ ଗେଟ୍ ପାଖରେ ହିଁ ତାଙ୍କ ଶିଶୁ କନ୍ୟା ଜନ୍ମ ହୋଇଥିଲା ।  ମହିଳାଙ୍କ ସ୍ୱାମୀ ହସ୍ପିଟାଲ କର୍ମଚାରୀଙ୍କୁ ଡାକି ମା’  ଛୁଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପରେ ମହିଳାଙ୍କ ସ୍ୱାମୀଙ୍କୁ ୨ ଜଣ ଷ୍ଟାଫ ନର୍ସ ୧ ହଜାର ଟଙ୍କା ମାଗିଥିଲେ। ପାଖରେ ଟଙ୍କା ନଥିବାରୁ ରମେଶ ୫ଶହ ଟଙ୍କା ଦେବା ସହ ବାକି ଟଙ୍କା ଛେଳି ବିକ୍ରୀ କରି ଦେବେ ବୋଲି କହିଥିଲେ।

ଏହି ସମସ୍ତ ଘଟଣା ଏକ ମୋବାଇଲ କ୍ୟାମେରାରେ କଏଦ ସହ ଭାଇରାଲ ହୋଇଥିଲା। ଏହାପରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲାପାଳ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ପରେ ଘଟଣାରେ ସତ୍ୟତା ଥିବା ଜାଣି ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଜିଲ୍ଲାପାଳ ଏହି ଘଟଣାରେ ସଂପୃକ୍ତ ଜଣେ ଷ୍ଟାଫ ନର୍ସ ଭାଗ୍ୟବତି ସା ଓ ଜଣେ ସୁଇପର କୌସଲ୍ୟା ବାଗକୁ ନିଲମ୍ୱିତ କରିଛନ୍ତି। ଏଥିରେ ସମ୍ପୃକ୍ତ ଆଉ  ଜଣେ ସୁଇପର ସସ୍ମିତା ମହାରଣାକୁ ବହିଷ୍କାର କରାଯାଇଥିବା  କହିଛନ୍ତି ଜିଲ୍ଲାପାଳ ।



from Odisha Reporter https://ift.tt/39rPKtd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages